ରାଜ୍ୟ

ରାଜ୍ୟରେ କମୁଛି ଶୀତ – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟରେ କମୁଛି ଶୀତ। ଆଞ୍ଚଳିକ ପାଣିପାଗ ସୂଚନା ଅନୁଯାୟୀ ବର୍ତ୍ତମାନ ଯେଉଁଭଳି ସ୍ଥିତି ଅଛି ପ୍ରାୟତଃ ସେହିଭଳି ରହିବ । ପୂର୍ବରୁ ରାତିର ତାପମାତ୍ରା ଧୀରେ ଧୀରେ କମିବାରେ ଲାଗୁଥିଲା କିନ୍ତୁ ଏବେ ଅନେକ ଜାଗାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ସେଲସିୟସ୍‌ ବଢିପାରେ। ଶୀତ କମିଲେ ମଧ୍ୟ କୁହୁଡି ଅଧିକ ପଡିବ । ତେବେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡି ଅଧିକ ପଡିବ। ତେବେ ରାଜ୍ୟରେ ବର୍ତ୍ତମାନ ଶୀତ ପ୍ରକୋପ ଧୀରେ ଧୀରେ କମୁଥିଲା ବେଳେ ଦକ୍ଷିଣ ଓଡ଼ିଶାରେ ଶୀତ ପ୍ରକୋପ ଜାରି ରହିଛି । ଆଞ୍ଚଳିକ ପାଣିପାଗ ସୂଚନା ଅନୁଯାୟୀ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୭.୧ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି । ଏଥିସହ ଦାରିଙ୍ଗିବାଡ଼ିରେ ୯.୫ ଡିଗ୍ରୀ, ବୌଦ୍ଧରେ ୧୦.୮, ସୁନ୍ଦରଗଡ଼ ୧୧.୮, କେନ୍ଦୁଝର ୧୧.୨, ଭବାନୀପାଟଣା ୧୧.୮, ଫୁଲବାଣୀ ୧୧, ନବରଙ୍ଗପୁର ୧୧.୫, ଝାରସୁଗୁଡ଼ା ୧୨.୨ ଡିଗ୍ରୀ ସେଲସିୟସ୍‌ ଥିଲା ।ସେହିଭଳି ଭୁବନେଶ୍ୱର ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀରେ ପହଞ୍ଚିଥିଲା ବେଳେ କଟକରେ ୧୬.୨ ରହିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button