ରାଜ୍ୟ

ହୋଲିରେ ୪୦ ଡିଗ୍ରି ଛୁଇଁପାରେ ତାପମାତ୍ରା – Ibnodisha

[ad_1]

ଭୁବନେଶ୍ବର: ହୋଲି ଦିନ ରାଜ୍ୟର ଏକାଧିକ ସହରର ତାପମାତ୍ରା ୪୦ ଡିଗ୍ରି ଛୁଇଁବା‌ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ମାଲକାନଗିରି, ଝାରସୁଗୁଡ଼ା, ଟିଟିଲାଗଡ଼, ସୋନପୁର, ବଲାଙ୍ଗୀର, ଭବାନୀପାଟଣା ସହରର ତାପମାତ୍ରା ୪୦ ଡିଗ୍ରିରେ ପହଞ୍ଚିବ। ୨୭ ତାରିଖ ବେଳକୁ ଆଉ ଟିକିଏ ବଢ଼ିବ। ସୋନପୁର, ମାଲକାନଗିରି, ଝାରସୁଗୁଡ଼ା, ଟିଟିଲାଗଡ଼, ବଲାଙ୍ଗୀର, ଭବାନୀପାଟଣା, ରାୟଗଡ଼ା, ଅନୁଗୁଳ ଓ କେନ୍ଦୁଝରଗଡ଼ର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଡେଇଁପାରେ। ସେହିଭଳି ଉପକୂଳ ଓଡ଼ିଶାରେ ତାପମାତ୍ରା ୩୭ରୁ ୩୯ ଭିତରେ ରହିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଆସନ୍ତା ୨୮ ତାରିଖର ତାପମାତ୍ରା ଚଳିତ ବର୍ଷର ରେକର୍ଡ ଭାଙ୍ଗିପାରେ। ମାଲକାନଗିରି, ରାୟଗଡ଼ା, ଟିଟିଲାଗଡ଼, ବଲାଙ୍ଗୀର, ଭବାନୀପାଟଣା, ସୋନପୁର, ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ, ଜଗତ୍‌ସିଂହପୁର ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରିରେ ପହଞ୍ଚିବ।

ଦେବଗଡ଼, ଗୋପାଳପୁର, ପୁରୀ, କୋରାପୁଟ ଜିଲ୍ଲାର ତାପମାତ୍ରା ସାମାନ୍ୟ କମ୍‌ ରହିବ। ନ ହେଲେ ସବୁ ସହରର ତାପମାତ୍ରା ୩୫ରୁ ୪୦ ଡିଗ୍ରି ମଧ୍ୟରେ ରହିବା ନେଇ ପୂର୍ବାନୁମାନ କରାଯାଇଛି। ୨୫ ତାରିଖ ଅର୍ଥାତ୍‌ ଦୋଳ ପୂର୍ଣ୍ଣିମା ଦିନ ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରିରେ ପହଞ୍ଚିବାର ସମ୍ଭାବନା ରହିଛି। ଆଜି ରାଜ୍ୟର ୩ଟି ସହରର ତାପମାତ୍ରା ୩୮ ଡିଗ୍ରିରେ ପହଞ୍ଚିଛି। ବଲାଙ୍ଗୀରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡରେ ୩୮.୨ ଓ ମାଲକାନଗିରିରେ ୩୮ ଡିଗ୍ରି ରେକର୍ଡ କରାଯାଇଛି। ଆଗାମୀ ୪ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରାରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ଶେଷ ବେଳକୁ କିଛି ଜିଲ୍ଲାରେ ୪୦ ଡିଗ୍ରି ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button