ରାଜ୍ୟ

ନୂଆ ବର୍ଷ ଘରେ ପାଳନ୍ତୁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କୋଭିଡ ଆକ୍ରାନ୍ତ। ଫଳରେ ଚଳିତ ମାସରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହିଞ୍ଚିଛି। ‌ଏହା ବିଶେଷ ଚିନ୍ତାଜନକ ବିଷୟ ହୋଇ ନ ଥିଲେ ବି ଲୋକେ ନିଜେ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏଥିସହ ଥଣ୍ଡା, ଜ୍ୱର, କାଶରେ ଆକ୍ରାନ୍ତ ହୋଇଥିଲେ ଘରେ ଜିରୋ ନାଇଟ୍‌ ସେଲିବ୍ରେଶନ କରିବା ସହ ନୂଆ ବର୍ଷ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଡିସେମ୍ବରରେ ମୋଟ ୧୪ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ସାରିଛନ୍ତି। ତେଣୁ ବର୍ତ୍ତମାନ ରାଜ୍ୟରେ ସମୁଦାୟ ୧୩ ଆକ୍ଟିଭ କେସ୍ ରହିଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button