ରାଜ୍ୟ

ଏମ୍ସ ଭୁବନେଶ୍ବରକୁ ଶରୀର ଦାନ କଲେ କବି ଦମ୍ପତି – Ibnodisha

[ad_1]

ଭୁବନେଶ୍ବର: କବି ଦମ୍ପତି ଅଶୋକ ସିଂହ ଓ କୁମୁଦିନୀ ନିଜର ଶରୀରକୁ ଭୁବନେଶ୍ବର ଏମ୍ସକୁ ଦାନ କରିଛନ୍ତି। ମୃତ୍ୟୁପରେ ଏମ୍ସ ଉଭୟଙ୍କ ଶରୀରକୁ ଗବେଷଣା ପାଇଁ ବ୍ୟବହାର କରିପାରିବ। ତାଙ୍କର ଏହି ମହାନ ତ୍ୟାଗକୁ ଏମ୍ସର ଡିନ୍ ପ୍ରଶାନ୍ତ ରାଘବ ମହାପାତ୍ର ପ୍ରସଂଶା କରିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀ ସିଂହ ୧୧ଟି ପୁସ୍ତକ ରଚନା କରିଥିବା ବେଳେ ତାଙ୍କ ପତ୍ନୀ କୁମୁଦିନୀ ୩ଟି ପୁସ୍ତକ ରଚନା କରିଛନ୍ତି। ତାଙ୍କ ପୁସ୍ତକ ମଧ୍ୟରେ ରହିଛି ‘ତୁମ ପାଇଁ’, ‘ନିଜ ପାଇଁ’, ‘ସେମାନଙ୍କ ପାଇଁ’ ମୁହଁ ଆଡେଇଲେ ଅନ୍ଧାର, ନବକଳେବର, ଦି ଫରଗଟନ ସେକ୍ଟର। କୁମୁଦିନୀଙ୍କ ଲିଖିତ ପୁସ୍ତକ ହେଉଛି ଅଥଚ କୈକେୟୀ, ହେଁସ ଭିତରେ ଶୀତରାତି, ଶେଷ ମିଛ ଓ ବଂଶୀ କଣ୍ଟା । ଶ୍ରୀ ସିଂହ ଜଣେ ଜଣାଶୁଣା ମ୍ୟାନେଜମେଣ୍ଟ କନସଲଟାଣ୍ଟ ହେବା ସହ ସିଟ୍ରାନ କନସଲଟିଂର ପ୍ରତିଷ୍ଠାତା। ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସଂଗୀତ ନାଟକ ଏକାଡେମୀ ବିଜୟୀ ନନ୍ଦକିଶୋର ସିଂହଙ୍କ ପୁତ୍ର।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button