ରାଜ୍ୟ
ବଡ଼ ଭାଇର ଗୁଳିମାଡ଼ରେ ସାନ ଭାଇର ମୃତ୍ୟୁ – Ibnodisha

[ad_1]
ରାଉରକେଲା : ଗତକାଲି ଭୋଜିଭାତ ଚାଲିଥିବା ବେଳେ କଥା କଟାକଟିକୁ ନେଇ ଗୁଳି ଫୁଟିଛି। ଭାଇର ଗୁଳିମାଡ଼ରେ ଅନ୍ୟ ଜଣେ ସମ୍ପର୍କୀୟ ଭାଇର ମୃତ୍ୟୁ ହୋଇଛି। ମୃତକ ହେଲେ ତେତେରକେଲାର ସୂର୍ଯ୍ୟ ସିଂହ। ପାରିବାରିକ କଳହକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି। ବିଶ୍ରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ପଠାଇଛି। ଏହି ଘଟଣାରେ ପୁଲିସ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ଗତକାଲି ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲା ଛକରେ ମୃତ ସୂର୍ଯ୍ୟ ଓ ତାର କିଛି ସାଙ୍ଗ ମିଶି ଭୋଜିଭାତ କରୁଥିଲେ। ପରିବାରର ପୂର୍ବ କଥାକୁ ନେଇ ସୂର୍ଯ୍ୟ ଓ ତାଙ୍କ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ହଠାତ ପକେଟ ବନ୍ଧୁକ ବାହାର କରି ସୂର୍ଯ୍ୟକୁ ଗୁଳିଚଳାଇ ଥିଲେ। ଘଟଣାସ୍ଥଳରେ ହିଁ ସୂର୍ଯ୍ୟର ମୃତ୍ୟୁ ହୋଇଥିଲା।
[ad_2]