-ପ୍ରଶାସନ ଠୁ ଶହେ ଗୁଣ ଆଗରେ ଅଂଶୁମାନ ଟ୍ରଷ୍ଟ।

ଯାଜପୁର:ଧର୍ମଶାଳା:-ପ୍ରଶାସନ ଠୁ ଶହେ ଗୁଣ ଆଗରେ ଅଂଶୁମାନ ଟ୍ରଷ୍ଟ।
ଅନାଥ ଦୁଇ ଶିଶୁ ଙ୍କ ସାହାରା ସାଜିଲେ ହିମାଂଶୁ।
ବିପର୍ଯ୍ୟୟ ଆଉ ବିପର୍ତ୍ତି ଯେଉଁଠି ସେ ସେଇଠି ଥାନ୍ତି।ସର୍ବଦା ତାଙ୍କ ଉପସ୍ଥିତି ସେଇଠାରେ ହିଁ ଥାଏ।ତେବେ ଆମେ କହୁଚୁ ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛା ସେବୀ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର କଥା ।ଯାହାକି ସର୍ବଦା ଚର୍ଚ୍ଚାରେ ରହି ଆସିଛି।ବନ୍ୟା, ବାତ୍ୟା, ଅସହାୟ, ନିରୀହ ଆଉ ନିଷ୍ପେସିତ ଲୋକଙ୍କ ନିକଟରେ ସର୍ବଦା ସାହାଯ୍ୟ ସହଯୋଗ ର ହାତ ବଢ଼ାଇ ସାରା ଓଡ଼ିଶା ରେ ଏବେ ଅଂଶୁମାନ ଟ୍ରଷ୍ଟ ର ସମ୍ପାଦକ ହିମାଂଶୁ ଶେଖର ସାହୁ ଲୋକପ୍ରିୟତା ହାସଲ କରିଛି।ସେବାରେ ରେ ସେବା କୁ ନିୟୋଜିତ କରି ଦୁଃଖୀ ରଙ୍କି ଙ୍କ ଦରଦୀ ବନ୍ଧୁ ସାଜି ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି ଟ୍ରଷ୍ଟ ର ସମସ୍ତ ସଦଶ୍ୟ।ସେହି ପରିପ୍ରେକ୍ଷୀରେ ଆଜି କେନ୍ଦୁଝର ଜିଲ୍ଲାରେ ପହଁଚି ଦୁଇ ଅନାଥ ଶିଶୁଙ୍କୁ ସହଯୋଗ ର ହାତ ବଢ଼ାଇ ଛନ୍ତି ହିମାଂଶୁ।ସୋସିଆଲ ମିଡିଆ ରୁ ଖବର ପାଇ ଉକ୍ତ ଟ୍ରଷ୍ଟର ସଦଶ୍ୟ ଦୁଇ ଅନାଥ ଶିଶୁ ଙ୍କ ନିକଟରେ ପହଞ୍ଚିଥିଲା କେଉଁଝର ଜିଲ୍ଲା ସାହାରପଡା ବ୍ଲକ ବଡ଼ବିଲ ପଂଚାୟତ ଅନ୍ତର୍ଗତ ଟାଭାସରୁଆ ଗ୍ରାମରେ।ଉକ୍ତ ଗ୍ରାମର ଅତ୍ୟନ୍ତ ଗରିବ ପରିବାର ର ଦୁଇ ନିଷ୍ପାପ ଶିଶୁଙ୍କର ପାରିବାରିକ କଳହରୁ ନିଜର ଜନ୍ମ କଲା ବାପା ଅନେକ ଦିନ ହେବ ତାଙ୍କ ପତ୍ନୀ ଏବଂ ଦୁଇ ଶିଶୁଙ୍କୁ ଛାଡି ଘରୁ ଚାଲି ଯାଇଥିବା ବେଳେ ,ଏହି କିଛିଦିନ ହେବ ଦୁଇ ଶିଶୁଙ୍କ ମାଆ ଏକ ଅଜଣାରୋଗରେ ପୀଡିତ ଥିବା ଅବସ୍ଥାରେ ମୁର୍ତ୍ୟୁ ବରଣ କରିବା ଫଳରେ ଦୁଇ ଶିଶୁ ବାପା ମାଆ ଛେଉଣ୍ଡ ହୋଇପଡିଥିଲେ। ଫଳରେ ଦୁଇ ଶିଶୁ ଙ୍କ ର କେହି ନଥିବା ବେଳେ ନିଜ ମାଉସୀ ଆସି ପାଖରେ ରହୁଛନ୍ତି।, କିନ୍ତୁ ଦୁଃଖ ଆଉ ପରିତାପ ର ବିଷୟ ଯେ ଅତ୍ୟନ୍ତ ଗରିବ ଶ୍ରେଣୀ ର ହୋଇଥିବାରୁ ତାଙ୍କ ର ପ୍ରତିପୋଷଣ ଏବଂ ମାଆ ର ଶୁଦ୍ଧିକ୍ରିୟା ପାଇଁ ନାନାଦି ଅସୁବିଧା ହେଉଥିବାର ଖବର ପାଇ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ_ହିମାଂଶୁ_ଶେଖର_ସାହୁ ଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟ ର ସଦସ୍ୟ ମନୋଜ କୁମାର ପଲେଇ ସେଠାରେ ପହଁଚି ତାଙ୍କୁ ପାଞ୍ଚ ମାସର ରାସନ ସାମଗ୍ରୀ ଦେବା ସହ ପିଲାଙ୍କ ପାଇଁ ବସ୍ତ୍ର ଏବଂ ଶୁଦ୍ଧିକ୍ରିୟା ପାଇଁ କିଛି ଅର୍ଥରାଶି ପ୍ରଦାନ କରିଥିଲେ ।ଏଥି ସହିତ ସ୍ଥାନୀୟ ବ୍ଲକ ଅଧକ୍ଷ ଏବଂ ସ୍ଥାନୀୟ ସରପଞ୍ଚ ସହଯୋଗ କରିଥିବା ବେଳେ ଏବଂ ଆଗାମୀ ଦିନରେ ସବୁ ପ୍ରକାର ସାହାଯ୍ୟ କରାଯିବ ବୋଲି ଟ୍ରଷ୍ଟ ର ସଦସ୍ୟମାନେ ପ୍ରତିଶୃତି ଦେବା ସହ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ,ବ୍ଲକ ପ୍ରଶାସନ,ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ଏଦିଗରେ ତୁରନ୍ତ ଦୃଷ୍ଟି ଦେଇ ସେମାନଙ୍କୁ ସରକାରୀ ସ୍ତରରେ ସହଯୋଗ କରିବା ପାଇଁ ଦାବି କରିଛନ୍ତି।ହିମାଂଶୁ ଙ୍କ ଏପରି ମହତ କାଯ୍ୟ ଧାରା ପାଇ ଜିଲ୍ଲାବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି।




