ରାଜ୍ୟ

ଜୟପୁରରେ ପହଞ୍ଚିଲା ଶୌର୍ଯ୍ୟ ଜାଗରଣ ରଥ – Ibnodisha

[ad_1]

ଜୟପୁର: ସହିଦ ଲକ୍ଷ୍ମଣ ନାୟକ ଶୌର୍ଯ୍ୟ ଜାଗରଣ ରଥ ଶନିବାର ଜୟପୁରରେ ରହିବା ପରେ ରବିବାର ସକାଳୁ ଏଠାରୁ ନବରଙ୍ଗପୁର ଜିଲ୍ଲା ଅଭିମୁଖେ ଯାଇଥିଲା। ଏହି ଅବସରରେ ରାଜନଅର ଠାରେ ରଥକୁପୂଜା ଅର୍ଚନା କରାଯାଇଥିବା ବେଳେ ବାଙ୍କମଠ ଠାରେ ସଚେତନତା ସଭା କରାଯାଇଥିଲା।  ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଏହି ଯାତ୍ରା ସମଗ୍ର ଭାରତର ବିଭିନ୍ନ ପ୍ରାନ୍ତରେ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୌର୍ଯ୍ୟ ଜାଗରଣ ଯାତ୍ରା ଓଡିଶାରେ ବିଶ୍ବହିନ୍ଦୁ ପରିଷଦ ,ପଶ୍ଚିମ ପ୍ରାନ୍ତ କୋରାପୁଟ ଜିଲ୍ଲାର ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ ତେନ୍ତୁଳିଗୁମ୍ମା ଠାରୁ ଗତ ୨୭ତାରିଖରେ ଆରମ୍ଭ ହୋଇଥିଲା। ୨୮ତାରିଖରେ ମାଲକାନଗିରି ଜିଲ୍ଲା ଯାଇ ସେଠାରେ ବିଭିନ୍ନ ପ୍ରଖଣ୍ଡ ଭ୍ରମଣ କରି ପୁଣି କୋରାପୁଟ ଜିଲ୍ଲାର ବୈପାରିଗୁଡା, କୁନ୍ଦୁରା ଦେଇ ଜୟପୁର ରେ ଶନିବାର ସଂଧ୍ୟାରେ ପହଚିଂଥିଲା।

ଜୟନଗରରୁ ବାଇକ୍‌ ଶୋଭାଯାତ୍ରା କରି ରଥକୁ ନିଆଯାଇଥିଲା। ପଞ୍ଚାନନ ମନ୍ଦିର ଛକ, ଗଙ୍ଗନଗର ଛକ, ରଘୁନାଥ ମନ୍ଦିର ଛକ, ଚୈତନ୍ୟ ମନ୍ଦିର ଛକ ଠାରେ ପତଞ୍ଜଳୀ, ଗାୟତ୍ରୀ ପରିବାର, ସରସ୍ବତୀ ଶିଶୁ ମନ୍ଦିର ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ଅନ୍ୟ ଧାର୍ମିକ ସଂଗଠନର ମହିଳାଙ୍କ ଦ୍ୱାରା ରଥରେ ବିରାଜିତ ପ୍ରଭୁ ହନୁମାନଙ୍କ ବିଗ୍ରହକୁ  ଆଳତୀ, ଭୋଗ ରାଗ କରାଯାଇଥିଲା। ପରେ ବାଙ୍କମଠ ଠାରେ ସଭାସ୍ଥଳ ରେ ରଥ ପହଞ୍ଚି ଥିଲା। ମୁଖ୍ୟବକ୍ତା ଡ଼.ଗଙ୍ଗାଧର ନନ୍ଦ,ସ୍ୱାମୀ ମଧୁସୂଦନ ମହାରାଜ, ବାବୁ ଭାଇ ବଜରଙ୍ଗୀ  ବୌଦ୍ଧିକ ଦେଇଥିଲେ। ଅଗାମୀ ପିଢ଼ିର ଯୁବଗୋଷ୍ଠୀ ଙ୍କୁ ସହିଦ ମାନଙ୍କ ବଳିଦାନ, ସହିଦ ଲକ୍ଷ୍ମଣ ନାୟକ ଙ୍କ ବୀରଗାଥା ସଂପର୍କରେ ସଚେତନତା ସୃଷ୍ଟି କରିଥିଲେ।

ଭାରତର ସନାତନ ସଂସ୍କୃତି ର ଶୌର୍ଯ୍ୟ ଗାଥା, ବିଷୟରେ କହିବା ସହ ଭବିଷ୍ୟତରେ ଭାରତକୁ କିପରି ଶତ୍ରୁଙ୍କ ଠାରୁ ସୁରକ୍ଷିତ ରଖିବାକୁ ପଡ଼ିବ ସେ ନେଇ  ଆଲୋକପାତ କରିଥିଲେ। ଭାରତ ୭୫ତମ ସ୍ୱାଧୀନତା ମହୋତ୍ସବ ପାଳନ କରୁଥିବା ସମୟରେ କିପରି ବାହାର ଶତ୍ରୁ ଆମ ହିନ୍ଦୁ ସଭ୍ୟତାକୁ ବାଟବଣା କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସଭ୍ୟତା ସଂସ୍କୃତି କୁ ବଞ୍ଚାଇବା ତାରି ଉପରେ ଆଲୋକପାତ କରିଥିଲେ।  ଭିଏଚପି  ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଜେଶ୍ୱର ପଣ୍ଡା, ବିଭାଗ ସମ୍ପାଦକ ନବକୃଷ୍ଣ ରଥ, ଜିଲ୍ଲା ସମ୍ପାଦକ କମଳକାନ୍ତ ବିଶ୍ୱାଳ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ସଙ୍ଗଠନର ଜିଲ୍ଲା ସଭାପତି ଅଜିତ ନାୟକ, ଗଙ୍ଗାଧର ନାୟକ, ରଜନୀ କାନ୍ତ ନାୟକ, ସାଧୁ ଚରଣ ଦାଶ ଚୌଧୁରୀ, ନିରଞ୍ଜନ ପାଣିଗ୍ରାହୀ,  ଲକ୍ଷ୍ମୀନାରାୟ ପାଢ଼ୀ, ଅକ୍ଷୟ ସାହୁ, ଜଗତ ରଞ୍ଜନ ପାଣିଗ୍ରାହୀ, ନିବେଦିତା ରଥ, ଶଙ୍କର ପ୍ରହରାଜ, ବରୁଣ ଜୈନ, ସଞ୍ଜୟ ଜୈନ ଉପସ୍ଥିତ ଥିଲେ। ସଭରେ ଶାନ୍ତି ପାଠ ଓ ଧନ୍ୟବାଦ ଦେଇଥିଲେ ମଞ୍ଚାସିନ ସନ୍ଥ ବାବା ବିଶ୍ଵମିତ୍ର ଗିରି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button