ଦେଶ

ଟ୍ରକ-ବସ୍ ଧକ୍କାରେ ୨ଜଣଙ୍କ ମୃତ୍ୟୁ; ଫ୍ଲାସ୍ ଲାଇଟରେ ଆହତଙ୍କ ଚିକିତ୍ସା କଲେ ଡାକ୍ତର – Ibnodisha

[ad_1]

ନୂଆଦିଲ୍ଲୀ: ଛତିଶଗଡ଼ର ବସ୍ତର ଜିଲ୍ଲାରୁ ଅବହେଳାର ଏକ ଘଟଣା ସାମ୍ନାକୁ  ଆସିଛି। କିଲେପାଲରେ ଶୁକ୍ରବାର ସନ୍ଧ୍ୟାରେ ଟ୍ରକ ଓ ବସ ମଧ୍ୟରେ ଭୟାବହ ଦୁର୍ଘଟଣା ହୋଇଥିଲା।ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ଜଣ ଯାତ୍ରୀ ଆହତ ହୋଇଥିଲେ। ଏହି ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡକାଯାଇଥିଲା। ଠିକ ସମୟରେ ଆମ୍ବୁଲାନ୍ସ ନପହଞ୍ଚିବାରୁ ଚିତ୍ରକୋଟ ବିଧାୟକ ରାଜମନ ବେଞ୍ଜାମିନ ଓ ବାସ୍ତାନାର ଗ୍ରାମର ତହସିଲଦାରଙ୍କ ଗାଡିରେ ଆହତଙ୍କୁ ହସ୍ପିଟାଲ ପଠାଇଯାଇଥିଲା।

ଆହତଙ୍କୁ ଚିକିତ୍ସା ପାଇଁ ସଙ୍ଗେସ‌ଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ପହଞ୍ଚିବ‌ା ପରେ ଜଣାପଡ଼ିଲା କି ହସ୍ପିଟାଲରେ ବିଜୁଳି ନାହିଁ। ଏହା ସତ୍ତ୍ବେ ବି  ଆହତଙ୍କ ଚିକିତ୍ସା କରିବାରେ ଡାକ୍ତର କୌଣସି ହେଳା କରି ନଥିଲେ।

ଫୋନରେ ଫ୍ଲାସ ଲାଇଟ ଜଳାଇ ଆହତଙ୍କ ଚିକିତ୍ସା କରାଇଥିଲେ। କ‌ାରଣ ସର୍ଟ ସର୍କିଟ ହେତୁ ଗତ ୫ଦିନ ହେବ ବିଜୁଳି ନଥିଲା । ବିଜୁଳି ନଥିବା ସତ୍ତ୍ବେ ଡାକ୍ତର ତାଙ୍କର କର୍ତ୍ତବ୍ୟରେ ହେଳା କରି ନଥିଲେ। ସାମାନ୍ୟ ଆହତ ଯାତ୍ରୀଙ୍କ ଚିକିତ୍ସା ଫ୍ଲାସ ଲାଇଟରେ ଡାକ୍ତର କରିଥିବା ବେଳେ  ‌ଯେଉଁମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା ସେମାନଙ୍କୁ ଚିକିତ୍ସା ପାଇଁ ଦିମାରାପାଲ ମେଡିକାଲ କଲେଜଙ୍କୁ ପଠାଇ ଦିଆଯାଇଥିଲା। ସଠିକ ସମୟରେ ଯାତ୍ରୀଙ୍କୁ ଚିକିତ୍ସା ‌ଯୋଗାଇ ‌ଦେଇଥିବାରୁ ଡାକ୍ତରଙ୍କୁ ଭୁରିଭୁରି ପ୍ରଶଂସା କରାଯାଉଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button