ଦେଶ

ବନ୍ଦ ହେଲା ଏକାଧିକ ହ୍ବାଟସ୍‌ଆପ୍ ଆକାଉଣ୍ଟ୍‌ – Ibnodisha

[ad_1]

ନୂଆଦିଲ୍ଲୀ: ବନ୍ଦ ହେଲା ଏକାଧିକ ହ୍ବାଟସ୍‌ଆପ୍ ଆକାଉଣ୍ଟ୍‌ । ଆଇଟି ନିୟମ ଆଧାରରେ ହ୍ବାଟସ୍‌ଆପ୍ ୨୦୨୩ ନଭେମ୍ବରରେ ରେକର୍ଡ ୭୧ ଲକ୍ଷ ଆକାଉଣ୍ଟକୁ ନିଷିଦ୍ଧ କରିଛି। ବ୍ୟବହାରକାରୀମାନେ ଅଭିଯୋଗ କରିବା ପୂର୍ବରୁ ନିଜ ଆଡ଼ୁ ପଦକ୍ଷେପ ନେଇ ହ୍ବାଟସ୍‌ଆପ୍ ୧୯,୫୪,୦୦୦ ଖାତାକୁ ନିଷିଦ୍ଧ କରିଛି। ଏହି ମାସରେ କଂପାନି ପାଖକୁ ୮୮୪୧ଟି ଅଭି‌ଯୋଗ ଆସିଥିଲା। ୨୦୨୩ରେ ହ୍ବାଟସ୍‌ଆପ୍ ଏହାର ୭ କୋଟିରୁ ଅଧିକ ଆକାଉଣ୍ଟ ନିଷିଦ୍ଧ କରିଛି। ଭାରତରେ ଏହାର ୫୦ କୋଟିରୁ ଅଧିକ ବ୍ୟବହାରକାରୀ ରହିଛନ୍ତି। ଏହି ଆପ୍‌ ଲୋକମାନଙ୍କ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପାଲଟିଛି।ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଖରେ ଏହି ଆପ୍ ଥିବାରୁ ତାହା ମିଥ୍ୟା ପ୍ରଚାରର ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା। ସାମାଜିକ ଗଣମାଧ୍ୟମ‌ର ଅପବ୍ୟବହାରକୁ ରୋକିବା ଲାଗି ନୂଆ ଆଇଟି ନିୟମରେ କଂପାନିଗୁଡ଼ିକୁ ଲୋକମାନଙ୍କ ଅଭିଯୋଗ ଗ୍ରହଣ କରିବା ଲାଗି ବ୍ୟବସ୍ଥା କରିବା ଏବଂ ମାମଲାଗୁଡ଼ିକ ଉପରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ସେହି ଅନୁସାରେ ବଡ଼ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପ୍ରତି ମାସରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଜାରି କରୁଛନ୍ତି। ୨୦୨୩ରେ ହ୍ବାଟସ୍‌ଆପ୍ ନିଷିଦ୍ଧ କରୁଥିବା ଆକାଉଣ୍ଟ୍‌ ସଂଖ୍ୟା ପ୍ରତି ମାସ‌ରେ ବଢ଼ିଚାଲିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button