ଦେଶ

ମହିଳାଙ୍କୁ ଏକା ପାଇ ଦୁଷ୍କର୍ମ କଲେ ଖାଦ୍ୟ ସାମଗ୍ରୀ ଦେବାକୁ ଯାଇଥିବା ଡେଲିଭରୀ ବଏ – Ibnodisha

[ad_1]

ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀ ଦେବାକୁ ଯାଇଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ କଲେ ଡେଲିଭରୀ ବଏ। ମହିଳାଜଣକ ଘରେ ଏକା ଥିବା ଜାଣି ଅଭିଯୁକ୍ତ ‌ଏଭଳି କରିଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ। ଅକ୍ଟୋବର ୨୭ରେ ଅଭିଯୁକ୍ତ ଦୁଷ୍କର୍ମ ଭଳି ଅପରାଧ କରିଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତର ନାମ ସୁମିତ ସିଂହ ବୋଲି ଜଣାପଡ଼ିଛି। ପୀଡ଼ିତା ଏକ ମୋବାଇଲ ଆପ୍ ମାଧ୍ୟମରେ ଘର ପାଇଁ ରାସନ ଅର୍ଡର କରିଥିଲେ। ଏହାକୁ ଡେଲିଭର କରିବା ପାଇଁ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲା ସୁମିତ୍। ଘରେ ପହଞ୍ଚିବା ପରେ ମହିଳା ଏକା ଥିବା ଜାଣି ଘର ଭିତରେ ପଶିବା ସହ ସୁମିତ୍ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା। ପରେ ଧରାପଡ଼ିବା ଡରରେ ସେ ସେଠାରୁ ଫେରାର ହୋଇଯାଇଥିଲ।
ଅନ୍ୟପକ୍ଷରେ ଦୁଷ୍କର୍ମର ଶିକାର ହେବା ପରେ ମହିଳା ତୁରନ୍ତ ପୁଲିସରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ତୁରନ୍ତ ଅଭିଯୁକ୍ତକୁ ଖୋଜିବା ପାଇଁ ଏକ ଟିମ୍ ଗଠନ କରିଥିଲେ। କିଛି ଘଣ୍ଟା ମଧ୍ୟରେ ସୁମିତ ଗ୍ରେଟର ନୋଏଡାରେ ଥିବା ଜାଣିପାରିଥିଲା ପୁଲିସ। ଗିରଫ କରିବା ପାଇଁ ପୁଲିସ ସୁମିତ୍ ପାଖରେ ପହଞ୍ଚିବା ପରେ କନଷ୍ଟେବଳଙ୍କଠାରୁ ବନ୍ଧୁକ ଛଡ଼ାଇ ନେଇ ଫେରାର ହେବାକୁ ଚେଷ୍ଟା କରିିଥିଲା ଅଭିଯୁକ୍ତ। ଏହା ସହ ପୁଲିସ ଉପରକୁ ଗୁଳି ମଧ୍ୟ ଚଳାଇଥିଲା ସୁମିତ୍। ଗିରଫ କରିବା ପାଇଁ ପୁଲିସ ପାଲଟା ଗୁଳି ଚଳାଇବାରୁ ସୁମିତର ଗୋଡ଼ରେ ଗୁଳି ବାଜିଥିଲା। ଏବେ ପୁଲିସ ସୁମିତକୁ ଗିରଫ କରିଥିବା ବେଳେ ଡାକ୍ତରଖାନାରେ ତା’ର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button