ରାଜନୀତି

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ ନଭେମ୍ବର-୯ କଂଗ୍ରେସର ସଂକୀର୍ତନ ସତ୍ୟାଗ୍ରହ – ଶରତ ପଟ୍ଟନାୟକ – Ibnodisha

[ad_1]

*ଭକ୍ତ ଓ ଭଗବାନ ଭିତରେ ବିଜେଡ଼ି ସରକାର ପାଚେରୀ – କଂଗ୍ରେସ*

ଭୁବନେଶ୍ୱର – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ଶରତ ପଟ୍ଟନାୟକ ସାମ୍ବାଦିିକ ମାନଙ୍କୁ ଦମ୍ବୋର୍ଦ୍ଧିତ କରି କହିଥିଲେ ଯେ ଓଡ଼ିଶା ସରକାର ଓଡ଼ିଶା ଓ ଓଡ଼ିଶା ବାହାରେଥିବା ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ବାରମ୍ଭାର କୁଠାରଘାତ କରୁଛନ୍ତି । ଏଠାରେ ସ୍ମରଣ କରାଇଦିଆଯାଉଛି ଗତ ଅକ୍ଟୋବର ମାସ ୧୬ ତାରିଖ ରାଜ୍ୟ କଂଗ୍ରେସ ତରଫରୁ ଏକ ବିରାଟ ଜନଆନ୍ଦୋଳନ ଶରଧା ବାଲି ଠାରୁ ବାହାରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ୬ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଅକ୍ଟୋବର ୨୮ ତାରିଖ ସୁଦ୍ଧା ଏହି ଦାବି ସମୁହକୁ ଗ୍ରହଣ କରି ଶ୍ରୀମନ୍ଦିରର ଚାରି ଦ୍ୱାରକୁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଖୋଲିବା, ରତ୍ନ ଭଣ୍ଡାରର ଗଣତି ଓ ମଣତି କାର୍ଯ୍ୟ ଆରମ୍ଭ କରିବା ସହିତ ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅମୃତମୋଣହୀ ଜମିକୁ ଏବଂ ଚାଷୀମାନଙ୍କ ଚାଷ ଜମିକୁ ଫେରାଇବା, ପୁରୀର ଭୂମିହୀନ ସେବାୟତଙ୍କୁ ଜମି ପ୍ରଦାନ ସହିତ ୮୦ ହଜାର ପୁରୀ ବାସିନ୍ଦାଙ୍କୁ ସ୍ଥାୟୀ ପଟା ପ୍ରଦାନ କରିବାପାଇଁ ମହଲତ ଦେଇଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ମତାନ୍ଧ, ଅହଂକାରୀ ସରକାର କଂଗ୍ରେସର ଦାବିକୁ ଗ୍ରହଣ କଲା ନାହିଁ ।
ପବିତ୍ର କାର୍ତିକ ମାସରେ ସାରା ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଲକ୍ଷ ଲକ୍ଷ ହବିଷ୍ୟାଳି ଓ ଭକ୍ତମାନେ ଜଗନ୍ନାଥ ଦର୍ଶନ ପାଇଁ ପୁରୀକୁ ଆସୁଛନ୍ତି । ଦିନ ଦିନ ଧରି ଅପେକ୍ଷା କଲାପରେ ମଧ୍ୟ ଜଗନ୍ନାଥଙ୍କୁ ଦର୍ଶନ କରିପାରୁ ନାହାନ୍ତି । କ୍ଷୋଭ ଓ କୋହଭରା କଣ୍ଠରେ ସେମାନେ ଜଗନ୍ନାଥଙ୍କୁ ଦର୍ଶନ ନକରି ଫେରିଯାଉଛନ୍ତି । ଏହା ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରା ପ୍ରତି ଏକ ବଡ଼ କୁଠାରଘାତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଲେ ଯେ ଏ ସରକାର କାହାର ସ୍ୱାର୍ଥ ପୂରଣ କରିବାପାଇଁ ଭକ୍ତ ଓ ଭଗବାନ ମଧ୍ୟରେ ଏକ ପାଚେରୀ ହୋଇ ଛିଡ଼ାହୋଇଛନ୍ତି । ପ୍ରବିତ୍ର ଧର୍ମ ମାସରେ ଭକ୍ତମାନଙ୍କୁ ଶ୍ରୀ ମନ୍ଦିରକୁ ଅନାୟଶରେ ପ୍ରବେଶ ଓ ପ୍ରସ୍ତାନ ପାଇଁ ଦାୟୀତ୍ୱ ନିର୍ବାହ କରିବା ପରିବର୍ତେ ଦ୍ୱାର ବନ୍ଦ କରି ରଖିବା ଏହା ଜଗନ୍ନାଥ ସଂସ୍କୃତି ବିରୋଧି । ରାଜ୍ୟ ସରକାର ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପକଳ୍ପକୁ ଆଜକୁ ପାଖାପାଖି ୩ ବର୍ଷ ରୁ ଅଧିକ ସମୟ ହେଲାଣି ମାତ୍ର ଏ ପର୍ଯ୍ୟନ୍ତ ସମୁଦାୟ ପ୍ରକଳ୍ପର ୧୦ ଭାଗ କାମ ମଧ୍ୟ ହୋଇନାହିଁ । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ମାସ ୯ ତାରିଖ ଗୁରୁବାର ଦିନ ରାଜ୍ୟର ସମସ୍ତ ବ୍ଲକ, ଏନଏସି, ମୁନିସିପାଲଟି ଓ ମହାନଗର ନିଗମ ରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଉପରୋକ୍ତ ଦାବିକୁ ସରକାର ଗ୍ରହଣ କରିବା ପାଇଁ ଦିନ ୯ ଘଂଟାରୁ ୧୨ ଘଂଟା ପର୍ଯ୍ୟନ୍ତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଂକୀର୍ତନ ସତ୍ୟାଗ୍ରହ କରାଯିବ ।
ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ରାଜ୍ୟ ସରକାର ୨୦୧୬ ମସିହାରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଯୋଜନା କରିଥିଲେ । କିନ୍ତୁ ୨୦୧୯ ମସିହା ଡିସେମ୍ବର ମାସରେ ଏହି ପ୍ରକଳ୍ପର କାର୍ଯ୍ୟାରମ୍ଭ କରିଥିଲେ । ଅବଢ଼଼ା ଯୋଜନା ମାଧ୍ୟମରେ ୩୨ ଶହ କୋଟି ଟଙ୍କାର ବ୍ୟୟ ବରାଦ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କରାଯାଇଥିଲା । ଏହି ଯୋଜନାରେ ୨୫ଟି ପ୍ରକଳ୍ପ ଅନ୍ତର୍ଭୁକ୍ତ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ୨ଟି ପ୍ରକଳ୍ପ ମଧ୍ୟ ସଂପୂର୍ଣ୍ଣ ଭାବେ ସରିନାହିଁ । ଏ ହେଉଛି ଏ ରାଜ୍ୟ ସରକାରଙ୍କର ସମାୟାନୁବର୍ତିତା କି? ୨୦୧୬ ମସିହାରେ ଯେତେସବୁ କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା ଆଜି ପର୍ଯ୍ୟନ୍ତ ଏ କାର୍ଯ୍ୟକ୍ରମର କୌଣସି ଅଗ୍ରଗତି ହୋଇନାହିଁ । କେବଳ ମିଛ ପ୍ରଚାର ପ୍ରସାର ଛଡ଼ା ପ୍ରକୃତ କ୍ଷେତ୍ରରେ କାର୍ଯ୍ୟକ୍ରମର ଅଗ୍ରଗତି ଶୂନ । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ୮୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ବୋଲି ସରକାର କହୁଛନ୍ତି । ଏ ସବୁ କାମକୁ ଟାଟା କମ୍ପାନୀକୁ ଟ୍ରମକି ବେସିସରେ ଦିଆଯାଇଛି । ଯଦି ୩ ବର୍ଷରୁ ଅଧିକ ସମୟ ମଧ୍ୟରେ ଏ କାର୍ଯ୍ୟର ୨ଟି ପ୍ରକଳ୍ପ ମଧ୍ୟ ସଂପୂର୍ଣ୍ଣ ହୋଇନାହିଁ ତାହାହେଲେ ବାକି ପ୍ରକଳ୍ପର କାର୍ଯ୍ୟ କେବେ ଆରମ୍ଭ ହେବ? ଏବଂ କେବେ ଭକ୍ତଙ୍କ ପାଇଁ, ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରର ଚାରି ଦ୍ୱାରା ଖୋଲା ହେବ । ରତ୍ନ ଭଣ୍ଡାରର ଗଣତି, ମଣତି ଓ ମରାମତି କାମ ଆରମ୍ଭ ହେବ । ଏ ପ୍ରକଳ୍ପ ନାରେ କେବଳ ଶହ ଶହ କୋଟି ଟଙ୍କା ଦୁର୍ନୀତି ଏ ସରକାରଙ୍କ ଦ୍ୱାରା କରାଯାଉଛି । ଅଯଥାରେ ମହା ପ୍ରଭୁଙ୍କ ଭକ୍ତମାନଙ୍କୁ ହଇରାଣ ହରକତ କରାଯାଉଛି । ପୂର୍ବତନ ମହାମହିମ ରାଜ୍ୟପାଳ ତାଙ୍କର ବିଦାୟକାଳୀନ ସମୟରେ ଅତି କ୍ଷୋଭର ସହିତ ସେ କହିଲେ ଯେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଯେଉଁ କଚ୍ଛପ ଗତିରେ ଚାଲିଛି ହୁଏତ ତାହା ୨୦୨୫ ସୁଦ୍ଧା ସରିପାରେ । ସବୁଠାର ବଡ଼ ଆଶ୍ଚର୍ଯ୍ୟର କଥା ୫-ଟି ବିଭାଗର ଅଧ୍ୟକ୍ଷ ଗତକାଲି ପୁରୀ ଶ୍ରୀମନ୍ଦିର ଗସ୍ତକରି ପ୍ରକଳ୍ପ କାର୍ଯ୍ୟ ତଦାରଖ କରି ଆସନ୍ତା ଡିସେମ୍ବର ମାସ ୧୫ ତାରିଖ ସୁଦ୍ଧା ସାରିବାପାଇଁ ନିର୍ଦ୍ଦେ ଦେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ଚାରିଦ୍ୱାରା ଖୋଲିବାପାଇଁ କୌଣସି ଆଗ୍ରହ ପ୍ରକାଶ ନକରିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଯେଉଁ କାର୍ଯ୍ୟ ବର୍ତମାନ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚାଲିଛି ବୋଲି ଦାବି କରାଯାଉଛି ତାହା ଆଜକୁ ତିନିବର୍ଷରୁ ଅଧିକ ଦିନ ଧରି ଚାଲିଛି । କାହିଁକି ଏ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସରିଲା ନାହିଁ ଏବଂ ଏହା ବର୍ଷ ବର୍ଷ ଧରି ଚାଲି ରହୁଛି । ଏହାର ଉତର ନା ରାଜ୍ୟ ସରକାର ନା ଶ୍ରୀମନ୍ଦିର ପ୍ରଶାସନ କେହି ରଖୁନାହାନ୍ତି । କାର୍ତିକ ମାସ ଧର୍ମ ମାସ । ଭକ୍ତ ଯଦି ଭଗବାନଙ୍କୁ କାର୍ତିକ ମାସରେ ଦେଖିପାରୁ ନାହିଁ ତାହାଲେ ଏ ସରକାରଙ୍କ ଦାୟୀତ୍ୱ କଣ । ଚାରିଦ୍ୱାର କ’ଣ ପାଇଁ ବନ୍ଦ କରାଯାଇଛି । ଚାରିଦ୍ୱାରା ଖୋଲାଗଲେ କାହାରି କିଛି କ୍ଷତି ହେବ ନାହିଁ । ବିଭିନ୍ନ ଆଳ ଦେଖାଇ ଚାରିଦ୍ୱାରା କାହା ସ୍ୱାର୍ଥରେ ବନ୍ଦ କରାଯାଇଛି ତାହାର ଉତର ଅଗାମୀ ଦିନରେ ଜନସାଧାରଣ ଉତର ଦେବେ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା, ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନଗୋ, ପିସିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟୀରାମ ପଟ୍ଟନାୟକ, ବିନାୟକ ଦାସ ମହାପାତ୍ର, ସୁଜିତ ମହାପାତ୍ର, ଲଲାଟେନ୍ଦୁ ଦାଶ, ମିତ୍ରଭାନୁ ମହାପାତ୍ର, ନିରଞ୍ଜନ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button