ରାଜ୍ୟ

ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର – Ibnodisha

[ad_1]

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମଭି ୧୨୬ ଜଙ୍ଗଲରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଛି। ନୂଆବର୍ଷ ଦିନ ବଣଭୋଜି କରିବା ପାଇଁ ଜଙ୍ଗଲକୁ ଯାଇଥିବା ଜଣେ ଯୁବକଙ୍କର ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ବଜା ମିଛୁ। ସୂଚନା ଅନୁସାରେ ନୂଆବର୍ଷ ଦିନ ତାଗୁରୁକୋଟା ଗ୍ରାମର କାନା ମିଛୁଙ୍କ ପୁଅ ବଜା ମିଛୁ ନିଜର ୩ ଜଣ ସାଙ୍ଗଙ୍କ ସହିତ ପୂର୍ବାହ୍‌ଣରେ ବଣଭୋଜି କରିବାକୁ ଯାଇଥିଲେ। ସେଦିନ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବଜାଙ୍କୁ ଆଉ ପାଇ ପାରି ନଥିଲେ। ଫଳରେ ପୁଅ ନିଖୋଜ ନେଇ ମୋଟୁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ବଜା ମିଛୁଙ୍କ ମୁଣ୍ଡ ବିହୀନ ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଛି। ମୃତଦେହ ଠାବ କରାଯିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ତେବେ ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ତଦନ୍ତ ପରେ ବଜାଙ୍କର ମୃତ୍ୟୁ କାରଣ ଜଣାପଡ଼ିବ ‌ବୋଲି ଆଶା କରାଯାଉଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button