ଅପରାଧ

ପ୍ରେମିକା ସହ ବିଦେଶ ଯିବାକୁ ଗର୍ଭବତୀ ପତ୍ନୀକୁ ହତ୍ୟା କଲା ସ୍ୱାମୀ – Ibnodisha

[ad_1]

ଚଣ୍ଡୀଗଡ଼: ଘାରିଥିଲା ପ୍ରେମିକା ସହ ବିଦେଶ ଯିବା ନିଶା । ରାସ୍ତାରୁ ହଟାଇବା ପାଇଁ ସ୍ୱାମୀ ପତ୍ନୀଙ୍କ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହରିୟାଣାର ପାନିପତରେ ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି । ଯାହାକୁ ନେଇ ମହିଳାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତକଙ୍କ ଭାଇ ବେଦପାଲ କହିଛନ୍ତି, “ମୋ ଭଉଣୀ କୋମଲ ପ୍ରାୟ ୩ ବର୍ଷ ପୂର୍ବରୁ ସମଲଖାର ଦୀପକଙ୍କୁ ବିବାହ କରିଥିଲା । ବିବାହର ୨ ମାସ ପରେ ଦୀପକ କୋମଲଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । କାରଣ ଦୀପକଙ୍କର ଅନ୍ୟ ଜଣେ ଝିଅ ସହିତ ଅନୈତିକ ସମ୍ପର୍କ ରହିଥିଲା ।

ଆଉ ଦୀପକ ସେ ଝିଅ ସହିତ ବିଦେଶ ଯିବାକୁ ଚାହୁଁଛନ୍ତି । ତେଣୁ ବିଦେଶ ଯିବାରେ ବାଧା ସୃଷ୍ଟି ହେଉଥିବାରୁ ସେ କୋମଲକୁ ରାସ୍ତାରୁ ହଟାଇବା ପାଇଁ ଏଭଳି ଷଡଯନ୍ତ୍ର କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, “ବିବାହ ପରଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ଦାମ୍ପତ୍ୟ ଜୀବନ ଭଲ ଚାଲିନଥିବାବେଳେ ସେ ସର୍ବଦା କୋମଲଙ୍କୁ ଅନ୍ୟତ୍ର ଚାଲିଯିବା ପାଇଁ କହୁଥିଲେ । ଏପରିକି କୋମଲ ୨ ମାସର ଗର୍ଭବତୀ ଥିବାବେଳେ ତାଙ୍କୁ ଗର୍ଭପାତ କରାଇବା ପାଇଁ ଦୀପକ ବାଧ୍ୟ କରୁଥିଲା । ଗତକାଲି ରାତି ୮ଟା ସମୟରେ କୋମଲ ଆମ ପରିବାର ଲୋକଙ୍କୁ ଫୋନ ମଧ୍ୟ କରିଥିଲା । ଦୀପକଙ୍କର ପ୍ରେମିକା ସହ କରିଥିବା ଚାଟିଂ ସେ ଦେଖିଥିବା କଥା କହିଥିଲା । ଯେଉଁଥିପାଇଁ ଦୀପକ କୋମଲକୁ ହତ୍ୟା କରିଛି । ସୂଚନା ଅନୁସାରେ, କୋମଲଙ୍କ ଭଉଣୀ କାଜଲ ସେଠାରୁ ୨ କିଲୋମିଟର ଦୂରରେ ରହନ୍ତି ।

କୋମଲଙ୍କ ଜୀବନ ଯିବା ପରେ ଦୀପକ କାଜଲଙ୍କୁ କୋମଲଙ୍କ ହୃଦଘାତ ହୋଇଥିବା ନେଇ ଖବର ଦେଇଥିଲେ । ପରିବାର ଲୋକେ ଖବର ପାଇ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚିଥିଲେ । ଏହାସହ ନିକଟସ୍ଥ ହସ୍ପିଟାଲରେ ତୁରନ୍ତ କୋମଲଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା କହିଥିଲେ ଡାକ୍ତର । ସମଲଖା ଥାନା ଅଧିକାରୀ ଫୁଲ କୁମାରଙ୍କ କହିବା ଅନୁଯାୟୀ, କୋମଲଙ୍କ ପରିବାରଙ୍କ ଅଭିଯୋଗ ହେଉଛି ଦୀପକ କୋମଲଙ୍କୁ ହତ୍ୟା କରିଛନ୍ତି । ଏନେଇ କୋମଲଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାରେ ରଖାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ବର୍ତ୍ତମାନ ପୋଲିସ ଏହି ଘଟଣାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛି । ତଦନ୍ତ ପରେ ଖୁବଶୀଘ୍ର ସତ ସାମନାକୁ ଆସିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button