ରାଜ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ – Ibnodisha

[ad_1]

accident

ପାଟପୁର: ଗଞ୍ଜାମ ଜିଲ୍ଲାକୁ ଦାଦନ ଦୁଃଖ ଯେମିତି ପିଛା ଛାଡ଼ୁନି। ଏଭଳି ପରିସ୍ଥିତିରେ ଆନ୍ଧ୍ରପ୍ରଦେଶର ଟେକାଲି ସହରରେ ଏକ ପଥରକ୍ବାରିରେ ଦିନମଜୁରିଆ ଭାବେ କାମ କରୁଥିବା ଦୁଇଜଣ ଯୁବକ ଜାନୁଆରି ୫ରେ କାର୍ ଧକ୍କାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଗତ ୧ ତାରିଖରୁ ଆଜିସୁଦ୍ଧା ରାଜ୍ୟ ବାହାରେ ଦାଦନ ଖଟୁଥିବା ଗଞ୍ଜାମ ଜିଲ୍ଲାର ୫ ଜଣ ଯୁବକଙ୍କ ଜୀବନଦୀପ ଲିଭିଯାଇଛି। ସାନଖେମୁଣ୍ଡି ବ୍ଲକ୍ ପାଟପୁର ଗ୍ରାମର ପ୍ରତାପ ନାଇକଙ୍କ ପୁଅ କୈଳାସ ନାଇକ ଓ ଚୁଡ଼ଙ୍ଗପୁର ପଞ୍ଚାୟତ ଜଲମରା ଗ୍ରାମର ସନ୍ତୋଷ ଦୋରା ଟେକାଲିରେ ଏକ ପଥରକ୍ବାରିରେ କାମ କରୁଥିଲେ। ଗତକାଲି ସକାଳେ ସେମାନେ ପରିବା ଆଣିବାକୁ ଭଡ଼ାଘରୁ ବଜାରକୁ ବାଇକ୍‌ରେ ଯାଉଥିଲେ। ଏହି ସମୟରେ ଦ୍ରୁ୍ତ ଗତିରେ ଆସୁଥିବା ଏକ କାର୍ ଧକ୍କା ଦେବାରୁ ଘଟଣା ସ୍ଥଳରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ସେଠାରେ ବ୍ୟବଚ୍ଛେଦ ପରେ ଉଭୟଙ୍କ ଶବକୁ ଗ୍ରାମକୁ ବିଳମ୍ବିତ ରାତିରେ ଅଣାଯିବା ପରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ସେମାନଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ଦାବି ହୋଇଛି।

The post ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button