ରାଜନୀତି

ମୋଦୀଙ୍କ ବିରୋଧରେ ଆପତିଜନକ ମନ୍ତବ୍ୟ ୩ ମନ୍ତ୍ରୀଙ୍କୁ ପଡିଲା ମାହାଙ୍ଗା – Ibnodisha

[ad_1]

ନୂଆଦିଲ୍ଲୀ : ମାଳଦ୍ୱୀପରେ ଲାକ୍ଷାଦ୍ୱୀପ ଝଡ଼ । ଭାରତ ବିରୋଧୀ ମନ୍ତବ୍ୟ ପାଇଁ ନିଲମ୍ବିତ ହେଲେ ମାଳଦ୍ୱୀପର ୩ ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଉପରେ ଆପତିଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ନିଲମ୍ବିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନିକଟରେ ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ । ସେଠାକାର କିଛି ଫଟୋ ସେ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଲେଖିଥିଲେ, ଯେଉଁମାନଙ୍କୁ ରୋମାଞ୍ଚ ପସନ୍ଦ ସେମାନେ ଲାକ୍ଷାଦ୍ୱୀପ ନିଶ୍ଚୟ ଯାଆନ୍ତୁ । ଏହା ପରେ ହଠାତ୍ ଗୁଗୁଲରେ ଲାକ୍ଷାଦ୍ୱୀପକୁ ବହୁ ସଂଖ୍ୟାରେ ଲୋକେ ସର୍ଚ୍ଚ କରିଥିଲେ । ଚର୍ଚ୍ଚା ଜୋରସୋରରେ ହେବା ପରେ ମାଳଦ୍ୱୀପ ପଟୁ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଥିଲା । ମାଳଦ୍ୱୀପ ସରକାରର ମନ୍ତ୍ରୀ ମୋଦୀଙ୍କ ଫଟୋ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ପର୍ୟ୍ୟଟନ କ୍ଷେତ୍ରରେ ଆମ ସହ ପ୍ରତିଦ୍ୱନ୍ଦିତା କରିବାର ଧାରଣା ରଖିବା ହିଁ ଭୁଲ । ଆମେ ପ୍ରଦାନ କରୁଥିବା ସେବା ଗୁଡ଼ିକ ସେମାନେ କିପରି ପ୍ରଦାନ କରିପାରିବେ ? ସେମାନେ ଏତେ ପରିଷ୍କାର କିପରି ହୋଇପାରିବେ ବୋଲି ପ୍ରତିକ୍ରିୟା ଦେଇଥିଲେ । ମାଳଦ୍ୱୀପ ମନ୍ତ୍ରୀଙ୍କ ଏପରି ପ୍ରତିକ୍ରିୟା ପରେ ଅନେକ ଭାରତୀୟ ସେମାନଙ୍କ ମାଳଦ୍ୱୀପ ପୋଷ୍ଟ ବାତିଲ କରିଛନ୍ତି । ମାଳଦ୍ୱୀପ ମନ୍ତ୍ରୀଙ୍କ ବୟାନକୁ ଭାରତର ଅନେକ ସେଲିବ୍ରିଟି ମଧ୍ୟ ସମାଲୋଚନା କରିଛନ୍ତି । ବଲିଉଡ୍ ତାରକା ଅକ୍ଷୟ କୁମାର, ସଲମାନ ଖାନ୍, କଙ୍ଗନା ରଣାୱତ ଓ ପୂର୍ବତନ କ୍ରିକେଟର ସଚିନ୍ ତେନ୍ଦୁଲକର ଆଦି ସମାଲୋଚନା କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button