ଦେଶ

ରାକ୍ଷସ ପାଲଟିଲା ପୋଲିସ; ଏମ୍‌ସିଏ ଛାତ୍ରଙ୍କ ମୁହଁରେ ପରିସ୍ରା କଲା…. – Ibnodisha

[ad_1]

ଲକ୍ଷ୍ନୌ: କ୍ରୁରତାର ସୀମା ଟପିଲା ପୋଲିସ । ୧୨ ଜଣ ଲୋକଙ୍କ ସହ ମିଶି ଘଟାଇଲା ଜଘନ୍ୟ କାଣ୍ଡ । ଜଣେ ଛାତ୍ରକୁ ବନ୍ଧୁକ ମୁନରେ ଡରାଇ ତାଙ୍କ ମୁହଁରେ ପରିସ୍ରା କଲେ । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶ କାନପୁରରେ ଦେଖିବାକୁ ମିଳିଛି । ଏହି ଘଟଣାରେ ପୀଡ଼ିତ ଜଣେ ଏମ୍‌ସିଏ ଛାତ୍ର। କାନପୁର ପୋଲିସର ଜଣେ ହେଡ୍ କନଷ୍ଟେବଳ ଓ ୧୨ ଜଣ ମିଶି ଏମ୍‌ସିଏ ପଢୁଥିବା ଜଣେ ୨୩ ବର୍ଷୀୟ ଛାତ୍ର ଆୟୁଷ ଦ୍ୱିବେଦୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁଯାୟୀ ଆୟୁଷ କୁପରଗଞ୍ଜରେ ଜଣଙ୍କୁ ଭେଟିବାକୁ ଯାଇଥିବା ବେଳେ କିଛି ଅଭିଯୁକ୍ତ ତାଙ୍କୁ ଆକ୍ରମଣ କରିବା ସହ ଅପହରଣ କରିନେଇଥିଲେ । ଏହାପରେ ତାଙ୍କୁ କୁପରଗଞ୍ଜ ରେଲୱେ ଟ୍ରାକ୍ ନିକଟକୁ ଆଣି ପରିସ୍ରା ପିଇବାକୁ ବାଧ୍ୟ କରିଥିଲେ । ଏମିତିକି ଚପଲରେ ଛେପ ପକାଇ ଚାଟିବାକୁ କହିଥିଲେ । ଆୟୁଷଙ୍କୁ ଡରାଇବା ପାଇଁ ସେଠାରେ ଉପସ୍ଥିତ ଥିବା ଜଣେ ପୋଲିସ ହେଡ୍ କନଷ୍ଟେବଳ ତାଙ୍କ ଉପରେ ଗୁଳି ଚଳାଇଥିଲା । ଗୁଳିଟି ଆୟୁଷଙ୍କ କାନ ପାଖାପାଖି ଯାଇଥିଲା । ଏହାପରେ ପୋଲିସ ବାବୁଙ୍କ ସମେତ ଆଉ ୧୨ ଜଣ ଜଣେ ଜଣେ କରି ଆୟୁଷଙ୍କ ମୁହଁରେ ପରିସ୍ରା କରିଥିଲେ ଏବଂ ଛେପ ଚାଟିବାକୁ କହିଥିଲେ । ଆୟୁଷଙ୍କ ଅଭିଯୋଗ ପରେ ପୋଲିସ ହେଡ୍ କନଷ୍ଟେବଳ ଓ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ହେଡ୍ କନଷ୍ଟେବଳଙ୍କ ନାମ ହେଉଛି ଧର୍ମେନ୍ଦ୍ର ଯାଦବ, ଯିଏକି ଲୋକାଲ ଇଣ୍ଟେଲିଜେନ୍ସ ୟୁନିଟ୍‌ରେ କାମ କରୁଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button