ଅପରାଧ

ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡ – Ibnodisha

[ad_1]

ରାଇରଙ୍ଗପୁର: ପତ୍ନୀଙ୍କୁ ବାଉଁଶବାଡ଼ିରେ ଅମାନୁଷିକ ଭାବରେ ଦିନ ଦ୍ବିପହରରେ ପିଟିପିଟି ହତ୍ୟା ମାମଲାରେ ସ୍ବାମୀକୁ ଆଜି ରାଇରଙ୍ଗପୁର କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆଜୀବନ ଜେଲ ଦଣ୍ଡ ପାଇଛି ରାମଜିତ୍ ଟୁଡୁ (୫୫)। ସୂଚନାଯୋଗ୍ୟ, ୨୦୨୧ ମସିହା ଅକ୍ଟୋବର ୨୯ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଢାର ଗ୍ରାମର ରାମଜିତ୍ ଟୁଡୁ ନିଜର ପତ୍ନୀକୁ ପାରିବାରିକ ସମସ୍ୟା ନେଇ ପାଟିତୁଣ୍ଡ ହୋଇଥିଲେ। ପରେ ଉତ୍ୟକ୍ତ ହୋଇ ବାଉଁଶବାଡିରେ ପିଟିପିଟି ହତ୍ୟା କରିଥିଲେ।

ଖବର ପାଇ ଆଶମାତ୍ର ପୈତୃକ ଘର ଲୋକେ ଆସିଥିଲେ। ତାଙ୍କ ଭଉଣୀ କାପୁରା ମାରାଣ୍ଡି ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ହତ୍ୟା ମାମଲାରେ ଏକ ମାମଲା ରୁଜୁ କରିଥିଲା। ଏନେଇ ଆଜି ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଶୁଣାଣିରେ ପୁଲିସ ରିପୋର୍ଟ, ପାରିପାର୍ଶ୍ବିକ ପ୍ରମାଣ ଏବଂ ୨୧ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପତ୍ନୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଓ ଅନାଦେୟ ୧ ବର୍ଷ ଜେଲଦଣ୍ଡରେ ଆସାମୀ ରାମଜିତ୍ ଟୁଡୁଙ୍କୁ ଦଣ୍ଡିତ କରିଛନ୍ତି। ସରକାରଙ୍କ ତରଫରୁ ଏପିପି ପଙ୍କଜ ଦାସ ଲଢ଼ୁଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button