ଅପରାଧ

ସରକାରୀ ଶିକ୍ଷକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀ ହାରିଲେ ଜୀବନ – Ibnodisha

[ad_1]

ନୂଆଦିଲ୍ଲୀ: ରାଜସ୍ଥାନର ଜାଲୋର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଜଣେ ସରକାରୀ ଶିକ୍ଷକଙ୍କ ଦ୍ୱାରା ଛାତ୍ରୀ ଦୁଷ୍କର୍ମର ଶିକାର ହେବାପରେ ଜୀବନ ହାରି ଦେଇଛନ୍ତି । ମୃତକଙ୍କ ବୟସ ୧୬ବର୍ଷ ହେବ ବୋଲି ଜଣାପଡ଼ିଛି । ଜୀବନ ହାରିବା ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରୁ ପହଞ୍ଚି ନାବାଳିକାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ମୃତକଙ୍କ ପରିବାରଲୋକ ଅଭିଯୋଗ କରି କହିଛନ୍ତି କି, ଝିଅ ଦୁଷ୍କର୍ମର ଶିକାର ହେବାପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲା ।

ସେ କାହାରି ସହିତ ବେଶୀ କଥା ବି ହେଉ ନଥିଲା । ଖିଆପିଆ ବି ଛାଡ଼ି ଦେଇଥିଲା । ଶେଷର ଆମେ ସମସ୍ତେ ଘର କାମରେ ବ୍ୟସ୍ତ ଥିବା ବେଳେ ସେ ଲୋକଲଜ୍ଜା ଭୟରେ ରଶି ଲଗାଇ ଜୀବନ ହାରି ଦେଇଥିଲା । ଦୁଇମାସ ପୂର୍ବରୁ ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିଲେ । ଅଭିଯୁକ୍ତ ଶିକ୍ଷକଙ୍କ ପରିଚୟ ମଙ୍ଗଲାରାମ ବିଶ୍ନୋଇ (୨୫)ବୋଲି ଜଣାପଡ଼ିଛି । ଛାତ୍ରୀ ଜଣକ ବୋର୍ଡ ପରୀକ୍ଷା ସମୟରେ ଉକ୍ତ ଶିକ୍ଷକଙ୍କ ସମ୍ପର୍କରେ ଆସିଥିଲେ । ଅଭିଯୁକ୍ତ ଶିକ୍ଷକ ଭିନମାଲର ରାଜକୀୟ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ । ଅକ୍ଟୋବର ୨୨ ତାରିଖରେ ଅଭିଯୁକ୍ତ ଶିକ୍ଷକ ଛାତ୍ରୀଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ । ପୀଡ଼ିତା ପରିବାରଲୋକଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button