ଆଉ ଦିନ କେଇଟା ପରେ ପଡ଼ିଥା’ନ୍ତା ଯୁବତୀଙ୍କ ହାତଗଣ୍ଠି….ହେଲେ ଘଟିଲା କିଛି ଏପରି ଘଟଣା…. – Ibnodisha

[ad_1]
ବେଙ୍ଗାଲୁରୁ: ବିବାହ ପାଇଁ ବର ଠିକ ହୋଇ ସାରିଥିଲା । ନିର୍ବନ୍ଧରେ ମୁଦି ପିନ୍ଧାପିନ୍ଧି ମଧ୍ୟ ଶେଷ ହୋଇଥିଲା । ଆଉ ଦିନ କେଇଟା ପରେ ପଡ଼ିଥାନ୍ତା ହାତଗଣ୍ଠି । ଜୀବନ ସାଥୀଙ୍କୁ ନେଇ ଅନେକ ସ୍ୱପ୍ନ ମଧ୍ୟ ଦେଖିଥିଲେ ଯୁବତୀ । କିନ୍ତୁ ଜୀବନର ଆଉ ଏକ ଅଧ୍ୟାୟ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଗଲା ସବୁକିଛି । ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କଲେ ଯୁବକ । ଏଭଳି ହତ୍ୟାକାଣ୍ଡ ଘଟିଛି କର୍ଣ୍ଣାଟକର ୟାଦଗିରିରେ । ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ତେବେ କେଉଁ କାରଣରୁ ଯୁବତୀଙ୍କୁ ହତ୍ୟା କଲା ଅଭିଯୁକ୍ତ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତଦନ୍ତ ଜାରି ରହିଥିବା ବେଳେ ଆଗକୁ ସତ ସାମ୍ନାକୁ ଆସିବ । ସୂଚନା ଅନୁଯାୟୀ, ମୃତ ଯୁବତୀଙ୍କ କିଛିଦିନ ତଳେ ନିର୍ବନ୍ଧ ସରିଥିଲା ।
ଆଉ କିଛି ଦିନ ପରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । ଗତ ସେପ୍େଟମ୍ବର ୯ ତାରିଖରେ କାଞ୍ଚାଗରାହଲ୍ଲୀ କ୍ରସ୍ ଯୁବତୀ ଜଣଙ୍କ ଯାଇଥିବା ବେଳେ ଏପରି ଘଟଣା ଘଟିଥିଲା । ପୀଡିତାଙ୍କ ମୃତଦେହ କ୍ଷତ ବିକ୍ଷତ ଅବସ୍ଥାରେ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହି ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲା । ତାଙ୍କ ଛାତି ଓ କାନରେ ଆଘାତ ଲାଗିଥିବାରୁ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ତାଙ୍କର ମୃତ୍ୟୁ ହୋଇଛି । ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଯୁବତୀ ଜଣଙ୍କ ଅସହାୟ ହୋଇଥିବା ବେଳେ ସେ ଜଣେ ସମ୍ପର୍କୀୟ ଭାଇଙ୍କ ଘରେ ରହୁଥିଲେ । ତେବେ କେଉଁ କାରଣରୁ ଯୁବତୀଙ୍କୁ ହତ୍ୟା କରାଯାଇଛି ତାହା ଅସ୍ପଷ୍ଟ ରହିଛି । ପ୍ରେମ ଜନିତ କାରଣ ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
[ad_2]



