ରାଜ୍ୟ

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଲେଜ ଅଧ୍ୟକ୍ଷା – Ibnodisha

[ad_1]

ଖୋର୍ଦ୍ଧା : ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା । ସେହି କଲେଜର ସହକାରୀ ଲାଇବ୍ରେରିଆନ ଧୀରଜ ବଡ଼ଜେନାଙ୍କ ଠାରୁ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ନିଜ ଗୁରୁଜାଙ୍ଗ ସ୍ଥିତ ବାସଭବନରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବିଦ୍ୟୁତ୍‌ପ୍ରଭା ଜେନା । ଭିଜିଲାନ୍ସ ଅଧିକାରୀମାନେ ଅଧ୍ୟକ୍ଷା ବିଦ୍ୟୁତ୍‌ପ୍ରଭା ଜେନାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛନ୍ତି । ଏହା ସହିତ ତାଙ୍କ ବାସଭବନ ଓ କଲେଜରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ବିଦ୍ୟୁତ୍‌ପ୍ରଭା ଜେନାଙ୍କୁ ଭିଜିଲାନ୍ସର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟକୁ ନିଆଯାଇଛି ।

ବିଷ ଦେଇ ନିରୀହ କୁକୁରଙ୍କୁ ହତ୍ୟା ଅଭିଯୋଗ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button