ଏହି କାରଣରୁ ସ୍ତ୍ରୀକୁ ସ୍ୱାମୀ ଦେଲା ତିନି ତଲାକ୍ – Ibnodisha
[ad_1]
ଲକ୍ଷ୍ନୌ: ଦେଶରେ ତିନି ତଲାକ ବେଆଇନ ଘୋଷଣା ହେବା ପରେ ମଧ୍ୟ ଏପରି ମାମଲା କମିବାର ନାଁ ଧରୁନି । ୫ବର୍ଷ ତଳୁ ଏହାକୁ ବେଆଇନ ଘୋଷଣା କରାଯାଇଥିଲେ ସୁଦ୍ଧା ଏଯାବତ ତିନି ତଲାକ ନେଇ ଅନେକ ମାମଲା ସାମନାକୁ ଆସୁଛି । ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ବାନ୍ଦ୍ରା ଅଂଚଳରେ ଯେଉଁଠି ଯୌତୁକରେ ସ୍କର୍ପିଓ କାର ନମିଳିବାରୁ ପତ୍ନୀକୁ ତିନି ତଲାକ ଦେଇଛନ୍ତି ସ୍ୱାମୀ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ । ସୂଚନା ଅନୁସାରେ ୨୦୧୫ମସିହାରେ ମୁସଲିମ ପ୍ରଥା ଅନୁସାରେ ବିବାହ ସଂପନ୍ନ ହୋଇଥିଲା ।
ବରପକ୍ଷ ମାଗିଥିବା ୧୫ଲକ୍ଷ ଯୌତୁକ ମଧ୍ୟ ଦିଆଯାଇଥିଲା । ମାତ୍ର ବିବାହ ପରେ ଶାଶୂଘର ଲୋକ ଆହୁରି ଅଧିକ ଯୌତୁକ ଦାବି କରିଥିଲେ । ୫ଜଣ ଦିଅର ମଧ୍ୟ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଦାବି ମୁତାବକ ଆହୁରି ଅଧିକ ଯୌତୁକ ନଦେବାରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ସ୍ୱାମୀ ଏକ ସ୍କର୍ପିଓ କାର ଆଣିବା ପାଇଁ ବାଧ୍ୟ କରିବାରୁ ସେ ବାପ ଘରେ ଥିଲେ । ମାତ୍ର ତାଙ୍କ ସ୍ୱାମୀ ତାଙ୍କୁ ତିନି ତଲାକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି । ଥାନାରେ ଅଭିଯୋଗ କରିବା ସହ ମହିଳା ଜଣଙ୍କ ତାଙ୍କ ଶାଶୂଘର ଲୋକଙ୍କୁ ଉଚିତ ଦଣ୍ଡ ଦେବାକୁ ଦାବି କରିଛନ୍ତି । ପୋଲିସ ଅଭିଯୋଗ ଗ୍ରହଣ କରି ଘଟଣାର ତଦନ୍ତ ଜାରି ରଖିଛି । ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
The post ଏହି କାରଣରୁ ସ୍ତ୍ରୀକୁ ସ୍ୱାମୀ ଦେଲା ତିନି ତଲାକ୍ appeared first on ONA KHABAR.
[ad_2]