ରାଜ୍ୟ

ସେବାର ଭାବନାକୁ ଜାଗ୍ରତ ପାଇଁ ଏନଏସଏସ ଭୂମିକା ଗୁରୁତ୍ୱପୂର୍ଣ୍ଣ: କୁଳପତି – Ibnodisha

[ad_1]

ଭୁବନେଶ୍ୱର: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଅଡିଟୋରିୟମରେ ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା(ଏନଏସଏସ)ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଏନ୍‌ଏସ୍‌ଏସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଅଜିତ କୁଶୱାହା, ରାଜ୍ୟ ଏନଏସଏସ ଅଫିସର ତଥା ଉଚ୍ଚଶିକ୍ଷା ଉପଶାସନ ସଚିବ ରମେଶ ଚନ୍ଦ୍ର ବେହେରା ସମେତ ରାଜ୍ୟର ୨୨ ଗୋଟି ମହାବଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟର ଏନଏସଏସ ଅଫିସର, ଜିଲା ପ୍ରୋଗ୍ରାମ ଅଫିସର ଓ ଅଫିସ ଆସିଷ୍ଟାଣ୍ଟ ଯୋଗଦେଇଥିଲେ ।
ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବାର ଭାବନାକୁ ଜାଗ୍ରତ କରିବା ପାଇଁ ଜାତୀୟ ସେବା ଯୋଜନା(ଏନଏସଏସ)ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଉତ୍କଳ ବିଶ୍ୱବିଦ୍ୟାଳୟର ଏନଏସଏସ ଶାଖା ମଧ୍ୟ ଏଥିରେ ଖୁବ ସକ୍ରିୟ ଏବଂ ଏହାର କାର୍ଯ୍ୟଶୈଳୀ ମଧ୍ୟ ପ୍ରଶଂସନୀୟ। ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ଏ ଦିଗରେ ଅଧିକ ଧ୍ୟାନ ଦେଲେ ଏହା ଯୁବସମାଜ ମଧ୍ୟରେ ନବସୃଜନ ସୃଷ୍ଟି କରିପାରିବ।
ରାଜ୍ୟ ଏନଏସଏସ ଏନଏସଏସ ଅଫିସର ତଥା ଉଚ୍ଚଶିକ୍ଷା ଉପଶାସନ ସଚିବ ଶ୍ରୀ ବେହେରା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଥିବା ଏନଏସଏସ ଶାଖାଗୁଡ଼ିକ ଭଲ କାର୍ଯ୍ୟ କରୁଛନ୍ତି ଓ ଆଗାମୀ ଦିନରେ ସେମାନେ ଆହୁରି ଅଧିକ ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବେ ବୋଲି କହିଥିଲେ । ଏହି ସେବାକାର୍ଯ୍ୟ ନିମନ୍ତେ ଏନଏସଏସ ପାଇଁ ଯୋଗାଇ ଦିଆଯାଉଥିବା ପାଣ୍ଠି ଯଥା ପିଏଫଏମଏସ, ଜେଡବିଏସଏର ସମୟପଯୋଗୀ ସୁବିନିଯୋଗ ପାଇଁ ସେ ପରାମର୍ଶ ଦେଇଥିଲେ।
ସୂଚନାଯୋଗ୍ୟ ଏହି ପାଣ୍ଠି ଅନ୍ତର୍ଗତ କଲେଜଗୁଡିକ ବୃକ୍ଷରୋପଣ, ରକ୍ତଦାନ, ସ୍ୱଚ୍ଛ ଅଭିଯାନ, ସ୍ୱତନ୍ତ୍ର ଶିବିର, ପରିବେଶ ସୁରକ୍ଷା, ଶାରୀରିକ ଶିକ୍ଷା, ନିଶା ନିବାରଣ ଇତ୍ୟାଦି ଭଳି କାର୍ଯ୍ୟକ୍ରମ କରିପାରିବେ। ଏହି ପାଣ୍ଠିର ଆବଣ୍ଟନ ତଥା ବିନିଯୋଗବେଳେ ହେଉଥିବା ଅସୁବିଧାର ସମାଧାନ ପାଇଁ ଜିଲା ପ୍ରୋଗ୍ରାମ ଅଫିସର ଓ ଅଫିସ ଆସିଷ୍ଟାଣ୍ଟମାନଙ୍କୁ ପ୍ରଶିକ୍ଷଣ ଯୋଗାଇ ଦିଆଯାଇଥିଲା ।
ଏନଏସଏସ ଆଞ୍ଚଳିକ ନିର୍ଦେଶକ ଶ୍ରୀ କୁଶୱାହା ଜିଲାରୁ ଆସିଥିବା ପ୍ରୋଗ୍ରାମ ଅଫିସରମାନଙ୍କ ସହ ଆଲୋଚନା କରି କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ଶିକ୍ଷାନୁଷ୍ଠାନରେ ୧୨୪୧ ଏନଏସଏସ ୟୁନିଟରେ ୧୨୪୦୦୦ରୁ ଅଧିକ ସ୍ବେଚ୍ଛାସେବୀ ଅଛନ୍ତି। ସେମାନଙ୍କୁ ଅଧିକ କ୍ରିୟାଶୀଳ କରିପାରିଲେ ଓଡ଼ିଶା ଜାତୀୟ ସ୍ତରରେ ଶ୍ରେଷ୍ଠତ୍ୱ ହାସଲ କରିପାରିବ। ଭଲ ପ୍ରଦର୍ଶନ କରିଥିବା କଲେଜଗୁଡିକୁ ପ୍ରଶଂସା କରି କହିଥିଲେ ଯେ ବିଗତ କିଛିଦିନ ମଧ୍ୟରେ ଏନ୍‌ଏସ୍‌ଏସ୍‌ର କାର୍ଯ୍ୟବୃଦ୍ଧି ପାଇଛି ଏବଂ ଆଗାମୀ ଦିନରେ ଏହାର କାର୍ଯ୍ୟମାର୍ଗ ଆହୁରି ପ୍ରଶସ୍ତ ଓ ସୁଦୂରପ୍ରସାରୀ ହେବ। ବୈଠକ ଶେଷରେ କିଟ୍‌ ବିଶ୍ୱବିଦ୍ୟାଳୟର କାଜଲ ପରାଶର ଧନ୍ୟବାଦ ଅର୍ପଣ କରିଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button