ରାଜ୍ୟ

ନୀଳକଣ୍ଠେଶ୍ଵର ବାବାଙ୍କ ହୁଣ୍ଡି ଭାଙ୍ଗି ଟଙ୍କା ନେଇଗଲେ ଚୋର

ନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ନିର୍ମଳଝର ପରିସରରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିରରୁ ଏହି ଚୋରି ହୋଇଛି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପୂଜକ। ଗତକାଲି ବିଳମ୍ୱିତ ରାତିରେ ମନ୍ଦରିରୁ ଚୋରି କରି ଫେରାର ମାରିଛନ୍ତି ଦୁର୍ବୃତ୍ତ।

ଆଜି ସକାଳେ ମନ୍ଦିର ପୂଜାରି ପୂଜା କରିବାକୁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ।

ଏହାସହ ମନ୍ଦିର ଭିତର ହୁଣ୍ଡି ଭଙ୍ଗା ଯାଇଥିବା ଦେଖିଥିଲେ। ଏନେଇ ପୂଜକ ମନ୍ଦିର କମିଟିକୁ ଜଣାଇଥିଲେ। ଏନେଇ କମିଟି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ଚୋରମାନେ ରୋଷ ଘର ତାଲା ଭାଙ୍ଗି ପିତଳ ସାମଗ୍ରୀ ଚୋରି କରି ନେଇଥିବା ମଧ୍ୟ ଜଣା ପଡ଼ିଛି। ଖଲ୍ଲିକୋଟ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button