ରାଜ୍ୟ

ଫେବୃଆରୀ ୧ରେ ଭୁବନେଶ୍ୱରରୁ ଆରମ୍ଭ ହେବ କଂଗ୍ରେସର ବସ ଯାତ୍ରା – Ibnodisha

[ad_1]

ଭୁବନେଶ୍ୱର:  ଆସନ୍ତା ୨୯ ତାରିଖ ଅଖିଳ ଭାରତ ଜାତୀୟ କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ରୂପେ ସଫଳ କରିବା ପାଇଁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ଜାରି ରଖିଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଆସନ୍ତା ଫେବୃୟାରୀ ୧ ତାରିଖ ଦିନ ଭୁବନେଶ୍ୱରରୁ ବସ୍ ଯାତ୍ରା ଆରମ୍ଭ ହେବ ବୋଲି ଏହି କାର୍ଯ୍ୟକ୍ରମର ଆବାହକ ବିଧାୟକ  ତାରା ପ୍ରସାଦ ବାହିନପତି ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ସହିତ ଆଲୋଚନା କରି ଜଣାଇଛନ୍ତି ।

ରାଜ୍ୟର ୩୦ ଟି ଜିଲ୍ଲାକୁ ଏହି ବସ୍ ଯାତ୍ରା ଗସ୍ତ କରିବ ଏବଂ ପ୍ରତ୍ୟେକ ଜିଲ୍ଳାର ସଦରମହକୁମା ଏବଂ ଅନ୍ୟସ୍ଥାନ ମାନଙ୍କରେ ସାଧାରଣ ସଭା ଅନୁଷ୍ଠିତ ହେବ । ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର, ସଭାପତି ଶରତ ପଟ୍ଟନାୟକଙ୍କ ସହିତ ସମସ୍ତ ବରିଷ୍ଠ ନେତୃବର୍ଗ ଏହି ବସ ଯାତ୍ରାରେ ଗସ୍ତ କରିବେ । ଆସନ୍ତା ୨୩ ଓ ୨୫ ତାରିଖରେ ବିଧାନସଭା ସଂଯୋଜକ ତଥା ସଂସଦୀୟ କ୍ଷେତ୍ରର ସଂଯୋଜକ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱର ୟୁନିଟ୍‌-୯ ସ୍ଥିତ ରୋଟାରୀ ଭବନ ଠାରେ ହେବ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ପ୍ରଶିକ୍ଷଣ ବିଭାଗର ବରିଷ୍ଠ ଅଧିକାରୀ ଓ ନେତୃବର୍ଗ ଆସନ୍ତା ୨୩ ତାରିଖ ଦିନ ସକାଳେ ଭୁବନେଶ୍ୱରରେ ପହଂଚିବେ । ୩ ଦିନ ଧରି ଭୁବନେଶ୍ୱରରେ ରହି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button