ରାଜ୍ୟ

ଘରେ ମରାମତି କରୁଥିଲେ ବିଦ୍ୟୁତ୍‌ ସାମଗ୍ରୀ, ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ମୃତ୍ୟୁ – Ibnodisha

[ad_1]

ରାଇରଙ୍ଗପୁର/ବାଦାମପାହାଡ଼: ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଦଲକି ଗ୍ରାମରେ ଜଣେ ଯୁବକ ବିଦ୍ୟୁତ୍‌ ସସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ ବାଦାମପାହାଡ଼ ଥାନା ଅର୍ନ୍ତଗତ ଦଲକି ଗ୍ରାମର ଗୋବର୍ଦ୍ଧନ ସାହୁଙ୍କ ପୁଅ ସରୋଜ (୪୬) ତାଙ୍କ ଘରେ ବିଦ୍ୟୁତ ମରାମତି କରୁଥିବା ସମୟରେ ଆଘାତ ପାଇଥିଲେ। ବିଦ୍ୟୁତ ସସ୍ପର୍ଶରେ ଆସିଯିବାରୁ ସେ ତଳେ ଟଳି ପଡିଥିଲେ। ପରିବାର ଲୋକେ ସଂଗେସଂଗେ ତାଙ୍କୁ ରାଇରଙ୍ଗପୁର ଉପକଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘଷୋଣା କରିଥିଲେ। ବାଦାମପାହାଡ଼ ପୁଲିସ ହସ୍ପିଟାଲ ପହଂଚି ଶବକୁ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ବାଦାମପାହାଡ ଥାନାରେ କେସ୍ ନଂ ୧୧/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button