ରାଜ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୫ ଜଣ ଯାତ୍ରୀ ଗୁରୁତର – Ibnodisha

[ad_1]

ଭଦ୍ରକ : ଭଦ୍ରକ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ  ୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାର ନିକଟ ଅଞ୍ଚଳରେ ଘଟିଛି  ଦୁର୍ଘଟଣା । ଭାରସାମ୍ୟ ହରାଇ ଅଟୋଟି ଓଲଟିପଡିବା ଫଳରେ ୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ । ଡ୍ରାଇଭରର ଅସାବଧାନତା ପାଇଁ ଅଟୋରେ ଥିବା ସମସ୍ତ ଯାତ୍ରୀ  ଦୁର୍ଘଟଣାର ସାମ୍ନା କରିଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହିତ ଅଟୋକୁ ଜବତ ରଖିଛି । ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି । ଅଟୋଟି ଚାନ୍ଦବାଲି ବଜାରରୁ ଗୋବିନ୍ଦପୁର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button