ଦେଶ

ଗଣମାଧ୍ୟମକୁ କେନ୍ଦ୍ରର ପରାମର୍ଶ; ରାମ ମନ୍ଦିର ସହ ଜଡିତ ମିଥ୍ୟା ଖବର ପ୍ରସାରଣଠୁ ଦୂରେଇ ରୁହନ୍ତୁ – Ibnodisha

[ad_1]

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ କେତେକ ବିଭ୍ରାନ୍ତିକର ଖବର ପ୍ରସାରିତ ହେଉଥିବା ଜଣାପଡ଼ିଛି। ଏଭଳି ଖବର ପ୍ରସାରଣରୁ ଦୂରେଇ ରହିବାକୁ କେନ୍ଦ୍ର ସରକାର ଗଣମାଧ୍ୟମ ପ୍ରତିଷ୍ଠାନ ଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକୁ ସତର୍କ କରାଇଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏନେଇ ଏକ ଆଡଭାଇଜରି ଜାରି କରିଛି। ଯାଞ୍ଚ ହୋଇ ନ ଥିବା ତଥା ଉତ୍ତେଜନା ସୃଷ୍ଟିକାରୀ ମିଛ ଖବର କେତେକ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି। ଏହା ସାମ୍ପ୍ରଦାୟିକ ସଦ୍‌ଭାବ ଏବଂ ଆଇନ ଶୃଙ୍ଖଳା ସ୍ଥିତି ବିଗାଡ଼ିପାରେ ବୋଲି ମନ୍ତ୍ରଣାଳୟ ଆଶଙ୍କା ବ୍ୟକ୍ତ କରିଛି। ୨୨ ତାରିଖ ପ୍ରାଣପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କଲା ଭଳି ମିଛ ଖବର ପ୍ରକାଶ ଓ ପ୍ରସାରଣରୁ ବିଭିନ୍ନ ଖବରକାଗଜ, ଘରୋଇ ସାଟେଲାଇଟ୍‌ ଟିଭି ଚ୍ୟାନେଲ ଏବଂ ଡିଜିଟାଲ ମିଡିଆର ପ୍ରକାଶକମାନେ ଦୂରେଇ ରହିବା ଲାଗି ଆଡଭାଇଜରିରେ କୁହାଯାଇଛି। ଏଭଳି ମିଥ୍ୟା ଖବର ଯେପରି ପ୍ରଦର୍ଶିତ ନ ହେବ, ସେ ଦିଗରେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button