ରାଜ୍ୟ

ବାହାନଗା ଟ୍ରେନ୍‌ଟ୍ରାଜେଡି; ୨ ଅଧିକାରୀ ବହିଷ୍କୃତ – Ibnodisha

[ad_1]

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରେଳ ବିଭାଗ ୨ ଅଫିସରଙ୍କୁ ଚାକିରିରୁ ବହିଷ୍କାର କରିଛି । ଘଟଣାର ତଦନ୍ତ ରିପୋର୍ଟ ପରେ ଆକ୍ସନ ନେଇଛି ରେଳ ବିଭାଗ ।

ସୂଚନା ଅନୁଯାୟୀ, ଷ୍ଟେସନ ସୁପରିଟେଣ୍ଡେଣ୍ଟ ଏସବି ମହାନ୍ତି ଏବଂ ଡିଭିଜନାଲ ଟ୍ରାଫିକ୍ ଇନସ୍ପେକ୍ଟର ଏକେ ଖୁଣ୍ଟିଆଙ୍କୁ ବହିଷ୍କାର କରାଯାଇଛି । ଗତ ବର୍ଷ ଜୁନ୍ ୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ । ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ପୂରା ବିଶ୍ୱକୁଦୋହଲାଇ ଦେଇଥିଲା । ତେବେ ଘଟଣାରେ ସିବିଆଇ ଯାଞ୍ଚ ମଧ୍ୟ କରାଯାଇଥିଲା । ଅନେକ ଅଧିକାରୀଙ୍କୁ ଜେରା ମଧ୍ୟ କରାଯାଇଥିଲା । ଏହାପରେ ତିନି ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button