ରାଜ୍ୟ

କମିଶନରେଟ୍‍ ପୁଲିସ ସ୍ତରରେ ଅଦଳବଦଳ – Ibnodisha

[ad_1]

ଭୁବନେଶ୍ୱର: କଟକ-ଭୁବନେଶ୍ୱର କମିଶନରେଟ୍‍ ପୁଲିସରେ ଆଜି ବଡ ଧରଣର ଅଦଳବଦଳ ହୋଇଛି । ୮ ଜଣ ଅତିରିକ୍ତ ଡିସିପି ପାହ୍ୟର ଅଫିସରଙ୍କୁ କଟକ-ଭୁବନେଶ୍ୱରର ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି । ସେହିଭଳି ୧୨ ଜଣ ଏସିପିଙ୍କୁ ବଳଦି କରାଯାଇଛି । ତାସହ ୧୦ ଜଣ ସବ୍‍ ଇନ୍ସପେକ୍ଟରଙ୍କୁ ମଧ୍ୟ ବିଭିନ୍ନ ଥାନାକୁ ବଦଳି କରାଯାଇଛି । ଅତିରିକ୍ତ ଡିସିପି ପାହ୍ୟର ଅଫିସରମାନେ ହେଲେ ଭୁବନେଶ୍ୱର ସିପି ମୁଖ୍ୟାଳୟରେ କାର୍ଯ୍ୟରତ ସ୍ମୃତି ରଂଜନ କାଙ୍କୁ ସିିପି ଆଇବି ହେଡକ୍ୱାର୍ଟର୍ସକୁ ବଦଳି କରାଯାଇଛି । ସେହିଭଳି ଭୁବନେଶ୍ୱର କ୍ରାଇମ୍‍ ୟୁପିଡିରେ କାର୍ଯ୍ୟରତ ଅତିରିକ୍ତ ଡିସିପି ଅନିଲ କୁମାର ବେଉରାଙ୍କୁ ଜୁଡିସିଆଲକୁ ବଦଳି ହୋଇଛି ।

କଟକରେ କାର୍ଯ୍ୟରତ ଅତିରିକ୍ତ ଡିସିପି ସରିଫଉର୍ଦ୍ଦିନ୍‍ଙ୍କୁ ଭୁବନେଶ୍ୱରକୁ ବଦଳି କରାଯାଇଛି । ପ୍ରଶାନ୍ତ କୁମାର ମହଲାଙ୍କୁ ଭୁବନେଶ୍ୱର ଆଇୟୁସିଡବ୍ଲ୍ୟୁରେ ଅତିରିକ୍ତ ଡିିସିପି ଭାବେ ବଦଳି କରାଯାଇଛି । କଟକରେ କାର୍ଯ୍ୟରତ କୃଷ୍ଣ ପ୍ରସାଦ ଦାସଙ୍କୁ ଭୁବନେଶ୍ୱର ହେଡକ୍ୱାର୍ଟସକୁ ବଦଳି ହୋଇଛି । ସୁରେଶ ଚନ୍ଦ୍ର ପାତ୍ରଙ୍କୁ ଭୁବନେଶ୍ୱର, ପ୍ରକାଶ ଚନ୍ଦ୍ର ପାଲ ଭୁବନେଶ୍ୱର ୟୁପିଡି, ତନ କୁମାର ଦାସଙ୍କୁ କଟକ ୟୁପିଡିକୁ ବଦଳି କରାଯାଇଛି । ସେହିଭଳି ବଦଳି ହୋଇଥିବା ଏସିପି ହେଲେ କଟକ ଆଇୟୁସିଡବ୍ଲ୍ୟୁରେ କାର୍ଯ୍ୟରତ ସତ୍ୟରଂଜନ ମଲ୍ଲିକଙ୍କୁ ଭୁବନେଶ୍ୱର ହେଡକ୍ୱ୍‍ାର୍ଟର ଲାଇସେନ୍ସ ସେଲ ଏସିପି ଭାବେ ବଦଳି କରାଯାଇଛି ।

ସେହିଭଳି ଭୁବନେଶ୍ୱରର ଆଇୟୁସିଡବ୍ଲ୍ୟୁରେ କାର୍ଯ୍ୟରତ ମାନସ ରଂଜନ ଗଡନାୟକଙ୍କୁ ଜୁଡିସିଆଲ ସିପି ହେଡକ୍ୱାର୍ଟରକୁ ବଦଳି କରାଯାଇଛି । କଟକ କ୍ରାଇମ୍‍ ୟୁପିଟିରେ କାର୍ଯ୍ୟରତ ଏସିପି ପ୍ରଣିତା ପଟ୍ଟନାୟକଙ୍କୁ ଭୁବନେଶ୍ୱର କ୍ରାଇମ୍‍ ୟୁପିଡିକୁ ବଦଳି ହୋଇଛି । କୃଷ୍ଣଚନ୍ଦ୍ର ପଲେଇଙ୍କୁ ଜୋନ୍‍-୨ ଏସିପି, ଗିରିଜା ଶଙ୍କର ଚକ୍ରବର୍ତ୍ତିଙ୍କୁ କଟକ ଜୋନ୍‍-୨ ଏସିପି, କଟକ ଜୋନ୍‍ -୩ ଏସିପି ତାପଶ କୁମାର ପ୍ରଧାନଙ୍କୁ ଭୁବନେଶ୍ୱର ଜୋନ୍‍- ୩ ଏସିପ ଦାୟିତ୍ୱି ମିଳିଛି,ଏୟାରପୋର୍ଟ ଥାନା ଅଧିକାରୀ ଓ ଏସିପି ଉମାକାନ୍ତ ପ୍ରଧାନଙ୍କୁ କଟକ ଜୋନ୍‍-୫ ଏସିପି, କଟକ ଜୋନ୍‍-୫ ଏସିପି ଚନ୍ଦନ କୁମାର ଗୌଡ କଟକ ଏସିପି ହେଡକ୍ୱାର୍ଟର, ଭୁବନେଶ୍ୱର କ୍ରାଇମ ୟୁନିଟ୍‍ ଏସିପି ବିଶ୍ୱରଂଜନ ସେନାପତିଙ୍କୁ ଏସିପି କ୍ରାଇମ୍‍ କଟକ ଓ ସ୍ପୋଶାଲ ସ୍କ୍ୱାର୍ଡ ଏସିପି ହିମାଂଶୁ ସ୍ୱାଇଁଙ୍କୁ ଏସିପି ଟ୍ରେନିଂ ୟୁପି ଓ ଟିଟିଆଇ ଭୁବନେଶ୍ୱରକୁ ବଦଳି କରାଯାଇଛି । ସେହିଭଳି ୯ ଜଣ ସବ-ଇନ୍ସପେକ୍ଟରଙ୍କୁ କଟକ-ଭୁବନେଶ୍ୱରର ବିଭିନ୍ନ ଥାନାକୁ ବଦଳି କରାଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button