କାକାଙ୍କୁ ଟାଙ୍ଗିଆରେ ହାଣିଲା ପୁତୁରା – Ibnodisha

[ad_1]

ବରଗଡ଼ : ବରଗଡ଼ ଜିଲ୍ଲା ଭଟଲି ଥାନା ଅଧୀନ ନଲିଚୁଆଁ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପିଣ୍ଟୁ ଖଡିଆ ନାମକ ଯୁବକର ଟାଙ୍ଗିଆ ଚୋଟରେ ବିଜୟ ଖାଡିଆଙ୍କ ମୃତ୍ୟୁ ଘଟିଛି। ପୁଲିସ ଅଭିଯୁକ୍ତ ପିଣ୍ଟୁଙ୍କୁ ଗିରଫ କରି ଅଧିକ ପଚରାଉଚରା ଚଲାଇଛି। ଉଭୟ ସଂପର୍କରେ କାକା-ପୁତୁରା ଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ନଲିଚୁଆଁରେ ହତ୍ୟାକାଣ୍ଡ ଘଟିଥିବା ସୂଚନା ପାଇ ପୁଲିସ ପହଞ୍ଚିଥିଲା । ଦିନ ପ୍ରାୟ ୧୦ଟାରୁ୧୧ଟା ଭିତରେ ଏହି ଘଟଣା ଘଟିଥିଲା । ପୁଲିସ ସାଇଣ୍ଟିଫିକ ଟିମ ନେଇ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଏ ନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।ତେବେ ଭଟଲି ଥାନାଧିକାରୀଙ୍କ କହିବାନୁସାରେ ପିଣ୍ଟୁ ଗାଁରେ ବିଭିନ୍ନ ଲୋକଙ୍କୁ ମାଟ୍ପିଟ୍ କରୁଥିଲା। ସେଥିପାଇଁ ସେ ଗାଁରୁ କିଛି ଦୂରରେ ଘର କରି ରହୁଥିଲା। ଆଜି ବିଜୟ ଉକ୍ତ ସ୍ଥାନକୁ ଯିବାରୁ କାହିଁ ଆସିଛୁ ବୋଲି କହି କାକାଙ୍କୁ ଆକ୍ରମଣ କରିଥିଲା। ଏଥିରେ କାକାଙ୍କ ମୃତ୍ୟୁ ଘଟିଥିଲା।
The post କାକାଙ୍କୁ ଟାଙ୍ଗିଆରେ ହାଣିଲା ପୁତୁରା appeared first on ONA KHABAR.
[ad_2]




