ଦେଶ
କାଠ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ – Ibnodisha

[ad_1]
ମୁମ୍ବାଇ : ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏକ କାଠ ବଜାରରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ। ନିଆଁର ଭୟାବହତା ଏତେ ଅଧିକ ଯେ ଏହାକୁ ନିୟନ୍ତ୍ରଣ କରିବାକୁ ୨୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି। ମାତ୍ର ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ ଟା ପରେ କାଠ ବଜାରର ଏକ ଦୋକାନରେ ନିଆଁ ଲାଗିଥିଲା। ଏହା ତୁରନ୍ତ ଅନ୍ୟ ଦୋକାନକୁ ବ୍ୟାପି ଭୟଙ୍କର ରୂପ ଧାରଣ କରିଥିଲା। ଏହା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ନିକଟରେ ଥିବା ଗ୍ୟାସ ସିଲିଣ୍ଡର ଫାଟିବା ସହ ଆଖପାଖ ବିଲ୍ଡିଂକୁ ନିଆଁ ବ୍ୟାପି ଯାଇଥିଲା। ସୂଚନା ପାଇ ପ୍ରାୟ ୨୦ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ପ୍ରୟାସ ଆରମ୍ଭ କରିଥିଲେ। ମାତ୍ର ଅକ୍ଳାନ୍ତ ପରିଶ୍ରମ ପରେ ବି ସକାଳ ୬ଟା ସୁଦ୍ଧା ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇ ପାରି ନ ଥିବା ଜଣାଯାଇଛି।
[ad_2]