ଅଣ୍ଡର-୧୯ ବିଶ୍ୱକପ୍: ଭାରତର ଲଗାତାର ଦ୍ୱିତୀୟ ବିଜୟ; ଆୟର୍ଲାଣ୍ଡକୁ ୨୦୧ ରନ୍ରେ ହରାଇଲା – Ibnodisha

[ad_1]
ବ୍ଲୋମ୍ଫୋଣ୍ଟେନ: ସାଉଥ୍ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍ରେ ଗୁରୁବାର ଭାରତ ୨୦୧ ରନ୍ରେ ଆୟର୍ଲାଣ୍ଡକୁ ହରାଇ ଦେଇଛି । ଟୁର୍ଣ୍ଣାମେଣ୍ଟ୍ରେ ଏହା ଭାରତର ଲଗାତାର ଦ୍ୱିତୀୟ ବିଜୟ । ପୂର୍ବରୁ ଟିମ୍ ଇଣ୍ଡିଆ ବାଂଲାଦେଶକୁ ହରାଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଉଦୟ ଶହାରନ୍ଙ୍କ ନେତୃତ୍ୱାଧୀନ ଭାରତ ପ୍ରଥମେ ମୁଶିର ଖାନ୍ଙ୍କ ଶତକ ସହାୟତାରେ ନିର୍ଦ୍ଧାରିତ ୫୦ ଓଭର୍ରେ ୭ ୱିକେଟ୍ ହରାଇ ୩୦୧ ରନ୍ କରିଥିଲା । ଜବାବରେ ଆୟର୍ଲାଣ୍ଡ୍ ୧୦୦ ରନ୍ କରିବାକୁ ସମର୍ଥ ହୋଇଥିଲା । ଭାରତ ପକ୍ଷରୁ ନମନ ତିୱାରୀ ୪ ଏବଂ ସୌମ୍ୟ ପାଣ୍ଡେ ୩ ୱିକେଟ୍ ଅକ୍ତିଆର କରିଥିଲେ । ମୁଶିରଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି ।
୩୦୨ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ଆୟର୍ଲାଣ୍ଡର ପ୍ରଥମ ୱିକେଟ୍ର ପତନ ୨୨ ରନ୍ର ସ୍କୋର୍ରେ ହୋଇଥିଲା । ଏହାପରେ ଟିମ୍ ଲଗାତାର ବ୍ୟବଧାନରେ ୱିକେଟ୍ ହରାଇଥିଲା । ଡାନିଏଲ୍ ଫର୍କିନ୍ ସର୍ବାଧିକ ଅପରାଜିତ ୨୭ ରନ୍ କରିଥିବା ବେଳେ ୭ ଜଣ ବ୍ୟାଟର୍ ଦୁଇଅଙ୍କ ଛୁଇଁପାରି ନଥିଲେ । ଏପରିକି କ୍ୟାପ୍ଟେନ୍ ଫିଲିପକ୍ ଲେ ରକ୍ସ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିଅନ୍ ଫେରିଥିଲେ । ଭାରତ ପକ୍ଷରୁ ନମନ ଓ ସୌମ୍ୟଙ୍କ ବ୍ୟତୀତ ଧନୁଷ ଗୌଡ଼ା, ମୁରୁଗାନ୍ ଅଭିଷେକ ଏବଂ ଉଦୟ ଶହାରନ୍ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।
ଟସ୍ ହାରି ବ୍ୟାଟିଂ କରିଥିବା ଭାରତ ୩୨ ରନ୍ର ସ୍କୋର୍ରେ ଓପ୍ନର୍ ଆଦର୍ଶ ସିଂହ (୧୭)ଙ୍କ ୱିକେଟ୍ ହରାଇଥିଲା । ପରେ ଅନ୍ୟତମ ଓପ୍ନର୍ ଆର୍ଶୀନ୍ କୁଲକର୍ଣ୍ଣି ୩୨ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ । ୮୦ ରନ୍ରେ ଟିମ୍ ଦୁଇଟି ୱିକେଟ୍ ପତନ ପରେ ବ୍ୟାଟିଂ ପାଇଁ ଆସିଥିବା ମୁଶିର୍ ଖାନ୍ ୬୬ ରନ୍ରେ ଅର୍ଦ୍ଧଶତକ ପୂରଣ କରିବା ସହ ପରବର୍ତ୍ତୀ ୩୪ ବଲ୍ରେ ଶତକ ପୂରଣ କରିଥିଲେ । ସେ କ୍ୟାପ୍ଟେନ୍ ଉଦୟ ଶହାରନ୍ (୮୪ ବଲ୍, ୭୫ ରନ୍)ଙ୍କ ସହ ତୃତୀୟ ୱିକେଟ୍ ପାଇଁ ୧୫୬ ରନ୍ର ଭାଗୀଦାରି କରିଥିଲେ । ଉଦୟଙ୍କ ଆଉଟ୍ ପରେ ମୁଶିର୍ ୧୦୬ ବଲ୍ରେ ୯ ଚୌକା ଓ ୪ ଚୌକା ସହାୟତାରେ ୧୧୮ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ । ସଚିନ୍ ଧାସ ଶେଷ ଆଡ଼କୁ ୯ ବଲ୍ରେ ଧୂଆଁଧାର ଅପରାଜିତ ୨୧ ରନ୍ କରି ଟିମ୍ର ସ୍କୋର୍ ୩୦୦ ରନ୍ ପାର୍ କରାଇଥିଲେ, ଯାହା ଏହି ଗ୍ରାଉଣ୍ଡ୍ରେ ଅଣ୍ଡର-୧୯ ଅନ୍ତର୍ଜାତୀୟ ମ୍ୟାଚ୍ର ସର୍ବୋଚ୍ଚ ସ୍କୋର୍ ।
[ad_2]