ଦେଶ

କର୍ଣ୍ଣାଟକ ପ୍ରଦେଶ କଂଗ୍ରେସକୁ ଜୋରଦାର ଝଟ୍‌କା; ବିଜେପିକୁ ଫେରିଲେ ଜଗଦ୍ଦୀଶ ଶେଟ୍ଟାର – Ibnodisha

[ad_1]

ବେଙ୍ଗାଲୁରୁ: ୨୦୨୪ ସାଧାରଣ ନିର୍ବାଚନ ଦୃଷ୍ଟିକୋଣରୁ କଂଗ୍ରେସ ପାଇଁ କିଛି ବି ଶୁଭଙ୍କର ହେଉନାହିଁ । ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକରେ ବିଜେପି ଅପେକ୍ଷାକୃତ ଦୁର୍ବଳ ଥିବା ବେଳେ କଂଗ୍ରେସ ଏଠାରେ ନିଜ ସ୍ଥିତିକୁ ଅଧିକ ମଜବୁତ୍ କରିବାକୁ ଚେଷ୍ଟା କରୁଛି । କିନ୍ତୁ ଦକ୍ଷିଣ ଭାରତରେ କଂଗ୍ରେସ ଏବେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ଗୁରୁବାର ଦିନ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦ୍ଦୀଶ ଶେଟ୍ଟାର ହଠାତ୍ କଂଗ୍ରେସ ଛାଡି ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଯାହାକି କଂଗ୍ରେସ ପାଇଁ ଜୋରଦାର ଝଟ୍‌କା ସଦୃଶ ହୋଇଛି । ଜଗଦ୍ଦୀଶ ଶେଟ୍ଟାର ଗୁରୁବାର ଦିଲ୍ଳୀ ସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାର୍ଟି ସଂସଦୀୟ ବୋର୍ଡ ସଦସ୍ୟ ବିଏସ୍ ୟେଦ୍ୟୁରପ୍ପା, ମୁଖ୍ୟ ମୁଖପାତ୍ର ତଥା ଗଣମାଧ୍ୟମ ବିଭାଗର ଅନୀଲ ବଲୁନି ଏବଂ ଦଳର କର୍ଣ୍ଣାଟକ ୟୁନିଟ୍ ସଭାପତି ବିୱାଇ ବିଜୟେନ୍ଦ୍ରଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଛନ୍ତି ।

ପ୍ରକାଶ, ଗତ ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ଟିକଟ ନମିଳିବାରୁ ସେ ଅତ୍ୟନ୍ତ କ୍ଷୁବ୍ଧ ହୋଇପଡିଥିଲେ । ପରେ ସେ କଂଗ୍ରେସରେ ଯୋଗଦେଇଥିଲେ ଏବଂ କଂଗ୍ରେସ ତାଙ୍କୁ ହୁବୁଲି-ଧରୱାଡ ଆସନରୁ ପ୍ରାର୍ଥୀ କରିଥିଲା । କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ସେ ଏଠାରେ ବିଜେପି ପ୍ରାର୍ଥୀ ମହେଶ ଟେଙ୍ଗିନକଇଙ୍କ ଠାରୁ ପ୍ରାୟ ୩୫ ହଜାର ଭୋଟ୍‌ରେ ପରାଜିତ ହୋଇଥିଲେ । ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ବଡ଼ ନେତା ଭାବେ ପରିଚିତ ଜଗଦ୍ଦୀଶ ଶେଟ୍ଟାରଙ୍କ ଏପ୍ରକାର ହଠାତ୍ କଂଗ୍ରେସ ଛାଡିବା ଫଳରେ ଆଗାମୀ ଦିନରେ ଆହୁରି ଅନେକ ନେତା ଓ କର୍ମୀ କଂଗ୍ରେସ ଛାଡିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button