ରାଜ୍ୟ

ଫେବୃଆରୀ ୧୦ରୁ ୧୯ ମଧ୍ୟରେ ସାମୂହିକ ଫାଇଲେରିଆ ନିରାକରଣ ଓ କୃମିନାଶକ ଔଷଧ ସେବନ – Ibnodisha

[ad_1]

ଭୁବନେଶ୍ୱର: ଏକ ସ୍ୱତନ୍ତ୍ର ବୈଠକରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ସାମୂହିକ ଫାଇଲେରିଆ (ବାତଜ୍ୱର) ନିରାକରଣ ଓ କୃମିନାଶକ ଔଷଧ ସେବନ ସମ୍ପର୍କିତ ପ୍ରସ୍ତୁତି ଆଲୋଚନା ହୋଇଯାଇଛି । ସ୍ୱାସ୍ଥ୍ୟ ବିଭାଗର ଅନୁସାରେ ଦେଶର ବିଭିନ୍ନ ସ୍ଥାନରେ ବିଶେଷ କରି ଫାଇଲେରିଆ ପ୍ରବଣ ଅଞ୍ଚଳରେ ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଯୋଜନା ହୋଇଥିବା ବେଳେ ଆମ ସହର ଭୁବନେଶ୍ୱରରେ ଏହା ଫେବୃଆରୀ ୧୦ ରୁ ୧୯ ତାରିଖ ମଧ୍ୟରେ ଏହା କରିବା ପାଇଁ ନିଷ୍ପତି ହୋଇଛି । ଏହି ବୈଠକରେ ପୌରହିତ୍ୟ କରି ମେୟର ସୁଲୋଚନା ଦାସ କହିଲେ ଯେ, ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅଧିକର ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଇ ଆବାସିକ ସଙ୍ଗଠନ ଏବଂ ବିଜୁ ଆଦର୍ଶ କଲୋନୀକୁ ସାମିଲ କରାଯିବାର ଆବଶ୍ୟତା ରହିଛି । ଏହି କାର୍ଯ୍ୟକ୍ରମରେ ବିଏମ୍‌ସି ତରଫରୁ ବିଶେଷ କରି ୱାର୍ଡସ୍ତରରେ କର୍ପୋରେଟର ଏବଂ ୱାର୍ଡ ଅଧିକାରୀ ଓ ସ୍ୱଚ୍ଛସାଥୀ ଏଥିରେ ସହଯୋଗ କରିବେ ।

ତେବେ କେଉଁ ଅଞ୍ଚଳରେ ନାଗରିକମାନଙ୍କର ଅନାଶକ୍ତି ରହିଛି ତାହା ଜାଣିପାରିଲେ, ବିଏମ୍‌ସି ତରଫରୁ କର୍ପୋରେଟର ଏବଂ ସ୍ୱେଚ୍ଛାସେବୀମାନେ ଉଦ୍ୟମ କରିବେ ବୋଲି ସେ କହିଛନ୍ତି । ଲୋକମାନଙ୍କର ସନ୍ଦେହ ଦୂର କରିବା ସହିତ ସେମାନଙ୍କ ଜାଣିବା ପାଇଁ କିଛି ବୁକ୍‌ଲେଟ୍‌, ସାମୂହିକ ଔଷଧ ସେବନ, ଔଷଧର ଗୁଣବତା ଏବଂ ଆବଶ୍ୟକତା ସମ୍ପର୍କିତ ତଥ୍ୟକୁ ଗୋଷ୍ଠୀ ନିକଟରେ ଉପସ୍ଥାପନ କରିପାରିଲେ ଏହି କାର୍ଯ୍ୟକ୍ରମର ଗ୍ରହଣୀୟତା ବଢିବ ବୋଲି ଶ୍ରୀମତୀ ଦାସ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହରାଞ୍ଚାଳ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୀଳମଣି ସେନାପତି, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ମଞ୍ଚାସୀନ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ, ବିଏମ୍‌ସିର ବରିଷ୍ଠ ଅଧିକାରୀ, କର୍ପୋରେଟର ସୁଧାଂଶୁ ଦାସ ଓ ମାନସୀ ରାଣୀ ସୁନ୍ଦରାୟ ପ୍ରମୁଖ ଉପସ୍ଥିତଥିଲେ । ସିଟି ହେଲ୍‌ଥ ମ୍ୟାନେଜର ନେହା ରାଜପୁତ୍ ଉପସ୍ଥାପନା କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button