ରାଜ୍ୟ

ରାଜ୍ୟରେ ପ୍ରତିଷ୍ଠା ହେବ ୫୪ ଆରଟିଓ କ୍ୟାମ୍ପ୍ ଅଫିସ୍‌ – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟରେ ଯାନବାହନ ବିକ୍ରି ଢେର ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ୫୪ଟି ଆରଟିଓ କ୍ୟାମ୍ପ୍ ଅଫିସ୍ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆରଟିଓ ଭଳି କ୍ୟାମ୍ପ୍ ଅଫିସ୍‌ରେ ପରିବହନ ସମ୍ପର୍କିତ ସେବା ଉପଲବ୍ଧ ହେବ । ଫଳରେ ଜିଲ୍ଲା ମୁଖ୍ୟାଳୟ କିମ୍ବା ଆରଟିଓ କାର୍ଯ୍ୟାଳୟଠାରୁ ଦୂରରେ ରହୁଥିବା ଲୋକେ ସମସ୍ୟା ଭୋଗିବେ ନାହିଁ । ସେମାନଙ୍କ ଘର ପାଖରେ ଖୋଲିବ ଆରଟିଓ କ୍ୟାମ୍ପ୍ ଅଫିସ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନରେ ସମୁଦାୟ ୫୪ଟି କ୍ୟାମ୍ପ୍ ଅଫିସ୍ ଖୋଲାଯିବ ।

ତେବେ ଅସ୍କା, ବ୍ରହ୍ମପୁର, ଧର୍ମଗଡ଼, କରଞ୍ଜିଆ, ବେତନଟୀ,କଣ୍ଟାବାଞ୍ଜି, ଟିଟିଲାଗଡ଼, ରେଢ଼ାଖୋଲ, କୁଚିଣ୍ଡା, ପାରାଦ୍ୱୀପ, ଆଠଗଡ଼, ନିଆଳିରେ କ୍ୟାମ୍ପ୍ ଅଫିସ୍ ଖୋଲିବ । ସେହିପରି ପଟ୍ଟାମୁଣ୍ଡାଇ, ଚାନ୍ଦବାଲି , ଧାମରା, କାଳିଆପାଣି, କଳିଙ୍ଗନଗର, ନୀଳଗିରି,ଜଳେଶ୍ୱର, ଆନନ୍ଦପୁର, ଚମ୍ପୁଆ, ହେମଗିରି, ବଣାଇ, ରାଜଗାଙ୍ଗପୁର, କୋଇଡ଼ା, ଆଠମଲ୍ଲିକ, ପାଲଲହଡ଼ା, ଏନ୍‌ଟିପିସି କଣିହା, କାମାକ୍ଷାନଗର, ବାଲୁଗାଁ, ବୋଲଗଡ଼, ଦଶପଲା ଏବଂ ଓଡ଼ଗାଁ, ନିମାପଡ଼ା, କୋଣାର୍କ, ଗୁଣୁପୁର, କାଶୀପୁର, ମୁନିଗୁଡ଼ା, ଜୟପୁର, ସେମିଳିଗୁଡ଼ା, ମୋହନାରେ କ୍ୟାମ୍ପ୍‌ଅଫିସ ଖୋଲିବ ।

ଅପରପକ୍ଷେ ମାଲକାନଗିରିରେ ମୋଟୁ ଓ ଚିତ୍ରକୋଣ୍ଡା, ଫୁଲବାଣୀରେ ବାଲିଗୁଡ଼ା ଓ ଜି. ଉଦୟଗିରି, ନୂଆପଡ଼ା, ନବରଙ୍ଗପୁରରେ ଉମରକୋଟ ଓ ଡାବୁଗାଁ, ବୌଦ୍ଧରେ କଣ୍ଟାମାଳ ଓ ଚାରିଛକ, ସୋନପୁରରେ ଡୁଙ୍ଗିରିପାଲି, ଝାରସୁଗୁଡ଼ାରେ ବ୍ରଜରାଜନଗର ଓ ଲଖନପୁର, ଦେବଗଡ଼ ଜିଲ୍ଲାର ରିଆମାଳରେ ଏପରି କ୍ୟାମ୍ପ୍ ଅଫିସ ଖୋଲାଯିବ । ଆରଟିଓ କାର୍ଯ୍ୟାଳୟରେ ଭିଡ଼ ହ୍ରାସ ଏବଂ ସେବା ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘୫-ଟି’ ଉପକ୍ରମ ଅଧୀନରେ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ଭଳି ଏକାଧିକ ଅଭିନବ ବ୍ୟବସ୍ଥା କରାଯାଇଛି । ପୂର୍ବାପେକ୍ଷା ଆରଟିଓରେ ଭିଡ଼ ଯଥେଷ୍ଟ ହ୍ରାସ ପାଇଛି । ତଥାପି ଅନେକ ଲୋକ ଆରଟିଓ ଆସିବା ପାଇଁ ବାଧ୍ୟ ହେଉଛନ୍ତି । ଲୋକଙ୍କ ସୁବିଧା ସହ କାର୍ଯ୍ୟାଳୟରେ ଭିଡ ହ୍ରାସ ଲାଗି ପରିବହନ ବିଭାଗ କ୍ୟାମ୍ପ୍ ଅଫିସ ଖୋଲିବା କୁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button