ରାଜ୍ୟ

ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ରାଜଭବନରେ ଉୟଙ୍କର ସାକ୍ଷାତ ଆଲୋଚନା ହୋଇଛି। ହିମନ୍ତ ବିଶ୍ବଶର୍ମା ବିମାନବନ୍ଦରରେ ପହଞ୍ଚିବା ବେଳେ ସେ ବ୍ୟକ୍ତିଗତ କାମରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବାକୁ ଆସିଛନ୍ତି ବୋଲି କହିଥିଲେ।

ସୂଚନାଯୋଗ୍ୟ, ହିମନ୍ତ ବିଶ୍ବଶର୍ମା ଝାଡ଼ଖଣ୍ଡ ପାଇଁ ବିଜେପିର ସହ ପ୍ରଭାରୀ ଅଛନ୍ତି।

ଏଣେ ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିଲେ। ଏଣୁ ଉଭୟଙ୍କ ଭିତରେ ରାଜନୈତିକ କଥାବାର୍ତ୍ତା ହୋଇଥିବା ନେଇ ଚର୍ଚ୍ଚା ହେଉଛି। କିଛି ଦିନ ଆଗିୁ ରାଜ୍ୟପାଳ ରଘୁବର ଦାସ ସକ୍ରିୟ ରାଜନୀତିକୁ ଫେରିବା ନେଇଚର୍ଚ୍ଚା ହୋଇଥିଲା। ଆଗାମୀ ନଭେମ୍ବର ମାସରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଥିବାରୁ ଉଭୟଙ୍କ ମଧ୍ୟରେ ସାକ୍ଷାତକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button