ଅପରାଧ
ସାମାନ୍ୟ ବଚସା ନେଲା ଉଗ୍ରରୂପ ; ନିଶାସକ୍ତ ଅବସ୍ଥାର ଆସି କଲେ ମାରପିଟ – Ibnodisha

[ad_1]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ସଗଡ଼ଭଙ୍ଗା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସାମାନ୍ୟ ବଚସା ନେଲା ଉଗ୍ରରୂପ, ନିଶାସକ୍ତ ଅବସ୍ଥାର କଲେ କଲେ ମାରପିଟ । ତେବେ ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଶଗଡ଼ଭଙ୍ଗା ଗାଁର ତ୍ରିଲୋଚନ ବେହେରା ଓ ତାଙ୍କର ଜଣେ ସହଯୋଗୀ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତା କଡରେ ମଦ୍ୟପାନ କରୁଥିବା କିଛି ଯୁବକଙ୍କ ସହିତ ବଚସା ହୋଇଥିଲା। ପରେ ଉଭୟଙ୍କ ଭିତରେ ସମାଧାନ ମଧ୍ୟ ହୋଇଯାଇଥିଲା।ପରେ ରାତିରେ ନିଶାସକ୍ତ ଯୁବକମାନେ ତ୍ରିଲୋଚନ ଘରକୁ ଆସି ତାଙ୍କୁ ମାଡ଼ ମାରିବା ସହ ତାଙ୍କ ସହଯୋଗୀଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏହାସହ ଘରର ସମସ୍ତ ଅସବାପତ୍ର ନଷ୍ଟ କରି ନିଆଁ ଲଗାଇ ଦେଇଥିଲେ। ଏନେଇ ତ୍ରିଲୋଚନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ତିନି ଯୁବକକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।
[ad_2]