ରାଜନୀତି

ନୀତୀଶ କୁମାରଙ୍କୁ ଏମିତ କହିଲେ ଲାଲୁ ଯାଦବଙ୍କ ଝିଅ ରୋହିଣୀ – Ibnodisha

[ad_1]

ନୂଆଦିଲ୍ଲୀ: ଅଳିଆ ଏବେ ପୁଣି ଅଳିଆ ଗଦାକୁ ଗଲା ବୋଲି ଆଜି ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଆର୍‌ଜେଡି’ ମୁଖ୍ୟ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସମାଲୋଚନା କରି କହିଛନ୍ତି। ହିନ୍ଦୀ ଭାଷାରେ ‘ଏକ୍ସ’ କରି ରୋହିଣୀ ଲେଖିଛନ୍ତି, ଅଳିଆ ପୁଣି ଅଳିଆ କୁଣ୍ଡକୁ ଗଲା, ଅଳିଆ-ମଣ୍ଡଳୀକୁ ଦୁର୍ଗନ୍ଧମୟ ଅଳିଆ ସୁହାଏ। ଆଜି ନୀତୀଶ କୁମାର ଇସ୍ତଫା ଦେବାର କିଛି ସମୟ ଆଗରୁ ରୋହିଣୀ ‘ଏକ୍ସ’ କରି କହିଥିଲେ, ଆମ ଜୀବନ ଥିବା ପର୍ଯ୍ୟନ୍ତ ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଆମର ସଂଗ୍ରାମ ଜାରି ରହିବ।ସୂଚନାଯୋଗ୍ୟ, ଆଜି ସନ୍ଧ୍ୟା ୫ଟା ବେଳେ ନୀତୀଶ ଶପଥ ଗ୍ରହଣ କରି ‘ବିଜେପି’ ସମର୍ଥନରେ ବିହାରରେ ନୂଆ ସରକାର ଗଠନ କରିବେ। ଆସନ ବଣ୍ଟନ ବୁଝାମଣା ଆଲୋଚନା ବିଫଳ ହେବାରୁ ନୀତୀଶ କୁମାର ‘ଇଣ୍ଡିଆ ବ୍ଲକ୍‌’ ଉପରେ ରାଗି ଯାଇଥିଲେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଆଜି ଇସ୍ତଫା ଦେବା ପରେ ସାମ୍ବାଦିକମାନଙ୍କୁ ନୀତୀଶ କୁମାର କହିଛନ୍ତି, ପୁରୁଣା ମେଣ୍ଟ ଛାଡ଼ି ନୂଆ ମେଣ୍ଟ ଗଠନ କରିବୁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button