IBN ଓଡ଼ିଶା ଏକ୍ସକ୍ଲୁସିଭ୍

Malika Bachana:ଶେଷ ହେବାକୁ ଯାଉଛି କଳିଯୁଗ ମିଳିଲା ପ୍ରମାଣ ,ଗୋଟି ଗୋଟି କରି ସତ ହେଉଛି ମହାପୁରୁଷଙ୍କ ବାଣୀ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆମେ ଯେଉଁ ପୃଥିବୀରେ ବାସ କରୁଛନ୍ତି ତାକୁ ନେଇ କଳ୍ପନା ଶୁଣିବାକୁ ମିଳେ ଅନେକ ଲୋକ ନଜର ଭିନ୍ନ ଭିନ୍ନ ମତ ରଖନ୍ତି ଯେ କଳିଯୁଗ କେବେ ଶେଷ ହେବ | ଏହି କଥାକୁ ନେଇ ଅନେକ ବିଦ୍ୱାନମାନେ ନିଜର ଭବିଷ୍ୟବାଣୀ ରଖିଛନ୍ତି | ଶାସ୍ତ୍ର ହେଉ କି ଉପନିଷଦ ହେଉ ବେଦ ହେଉ କିମ୍ବା ପୁରାଣ ହେଉ ସବୁଠି ଭୁଲ୍ ପ୍ରମାଣିତ ହେଉଛି କିନ୍ତୁ ଏବେ ପୁଣି ଧ୍ଵଂସ ହେବାର ସାମ୍ନାକୁ ଆସିଛି ତାହା ପୁଣି ଦେବଭୂମିର ଗୁମ୍ଫାରୁ | ଲୋକକଥା ଅନୁସାରେ ଏହି ଗୁମ୍ଫାରେ ଏମିତି ଘଟିବ ଯାହାଦ୍ଵାରା ଦୁନିଆଁ ଧ୍ଵଂସ ହୋଇଯିବ ଅର୍ଥାତ୍ କଳିଯୁଗର ଅନ୍ତ ହୋଇ ନୂତନ ଦୁନିଆ ସୃଷ୍ଟି ହେବ | ତେବେ ଆସନ୍ତୁ ଜାଣିବା ଏହି ଗୁମ୍ଫାରେ ଲୁଚି ରହିଥିବା ରହସ୍ୟ ବିଷୟରେ ଯାହାକୁ ଶୁଣି ଲୋକମାନେ ଆତଙ୍କିତ ହେଉଛନ୍ତି |

ସମୟ ସତରେ ବଡ ବଳବାନ୍। ସମୟ କାହାରିକୁ ଅପେକ୍ଷା କରି ନଥାଏ ସମୟର ତାଳରେ ଆମକୁ ତାଳ ମିଶାଇ ବାଟ ଚାଲିବାକୁ ପଡିବ | ଆମେ ସବୁ ଅତୀତର ସ୍ମୃତିକୁ ମନେ ପକାନ୍ତି ବର୍ତ୍ତମାନର ଉପସ୍ଥିତିକୁ ନେଇ ବଞ୍ଚନ୍ତି ଜୀବନର ଦୋଛକିରେ ଠିଆ ହୋଇ ଜୀବନକୁ ପରି କଳ୍ପନା କରନ୍ତି | ଭବିଷ୍ୟତରେ କଣ ଘଟିବ କଣ ନଘଟିବ ସେହି ବିଷୟରେ ଆମେ ବେଶୀ ଚିନ୍ତା କରୁଛନ୍ତି, ଲୋକଙ୍କ ଗୁଜବ ଭବିଷ୍ୟବାଣୀକୁ ମଧ୍ୟ ଅନ୍ଧଭଳି ବିଶ୍ୱାସ କରନ୍ତି କିନ୍ତୁ ଏହା ପଛରେ କେତେ ସତ ଲୁଚି ରହିଛି ଆମକୁ ଟିକେ ବି ଶୁରାଗ ମିଳୁ ନାହିଁ କିନ୍ତୁ ଆମେ ଜାଣନ୍ତି ବିଶ୍ୱାସ ହିଁ ଭଗଵାନ, ବିଶ୍ୱାସ ହିଁ ସବୁରି ମୂଳଦୁଆ |

ଦେବଭୂମି ଗୁମ୍ଫାରେ ୪ ଟି ଖମ୍ବ ଅଛି ପୌରାଣିକ ମାନ୍ୟତା ଅନୁସାରେ ୪ ଟି ଯୁଗ ଅଛି ସତ୍ୟଯୁଗ, ତ୍ରେତୟା ଯୁଗ, କଳିଯୁଗ ଓ ଦ୍ଵାପର ଯୁଗ ସେହି ୪ ଗୋଟି ଖମ୍ବ ୪ ଟି ଯୁଗକୁ ବୁଝାଇଥାଏ | ସେହି ମଧ୍ୟରୁ ୩ ଟି ଖମ୍ବରେ ଆକୃତିର ପରିବର୍ତ୍ତନ ହୋଇ ନଥାଏ କିନ୍ତୁ କଳିଯୁଗ ନାମରେ ନାମିତ ହୋଇଥିବା ଖମ୍ବରେ ସାମାନ୍ୟ ପରିବର୍ତ୍ତନ ଦେଖା ଦିଏ | ଏହି ଖମ୍ବ ଗୁଡ଼ିକ ପାଖରେ ଥିବା ପିଣ୍ଡ ୭ କୋଟି ବର୍ଷକୁ ଥରେ ୧ ଇଞ୍ଚ୍ ବଢ଼ିଥାଏ | ତେବେ ଯେଉଁ ଦିନ ସେହି ପିଣ୍ଡ କଳିଯୁଗର ଖମ୍ବ ସହ ମିଶିଯିବ ସେହି ଦିନ କଳିଯୁଗ ଧ୍ଵଂସ ହୋଇଯିବ |

ଉତ୍ତରାଖଣ୍ଡର ପିଥରାଗଡ ଜିଲ୍ଲା ଗଙ୍ଗିଲିହାର୍ଟ ସହରରେ ଥିବା ପାତାଳ ଭୁବନେଶ୍ୱର ଗୁମ୍ଫା ବିଷୟରେ ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଅଛି। ଏହି ଗୁମ୍ଫାରେ ଦେବ ଦେବ ମହାଦେବ ବିରାଜମାନ ଅଛନ୍ତି ଏବଂ ସେଠାରେ ଅନ୍ୟ ଦେବଦେବୀ ମାନେ ପ୍ରଭୁ ଶିବଙ୍କୁ ପୂଜା କରନ୍ତି ଏହି ଗୁମ୍ଫାର କିଛି ବାଟ ଗଲାପରେ ଆଦି ଗଣେଶଙ୍କ ମୂର୍ତ୍ତି ଦେଖିବାକୁ ମିଳେ | କୁହାଯାଏ ସେହି ଜାଗାରେ ଭଗଵାନ ଶିବ ପ୍ରଭୁ ଗଣେଶଙ୍କ ମସ୍ତକ ଚ୍ଛେଦନ କରିଥିଲେ ତେଣୁ ସେଠାରେ ପ୍ରଭୁ ଗଣେଶଙ୍କ ମୁଣ୍ଡ ନଥିବା ମୂର୍ତ୍ତିକୁ ପୂଜା କରାଯାଏ | ଆହୁରି ମଧ୍ୟ ସେହି ମୂର୍ତ୍ତିର ଠିକ୍ ଉପରି ଭାଗକୁ ୧୦୮ ପାଖୁଡ଼ା ବିଶିଷ୍ଟ ବ୍ରହ୍ମକମଳ ଫୁଲ ସଜିତ ହୋଇ ରହିଛି ସେହି ପାଖୁଡ଼ାରେ ଦିବ୍ୟ ଜଳର ବୁନ୍ଦା ପ୍ରଭୁଙ୍କ ମସ୍ତକକୁ ପଡେ |

ସେହି ଗୁମ୍ଫାରେ ଏକ ଅଗ୍ନି କୁଣ୍ଡ ମଧ୍ୟ ଅଛି ପୁରାଣରେ ଉଲ୍ଲେଖ ଅଛି ଯେ ରାଜା ପରୀକ୍ଷିତଙ୍କୁ ଅଭିଶାପ ମିଳିଥିଲା | ସେହି ଅଭିଶାପରୁ ମୁକ୍ତି ପାଇବା ପାଇଁ ତାଙ୍କ ପୁଅ ଜନ୍ମେଜୟ ସବୁ ନାଗସାପକୁ ଏହି ଅଗ୍ନି କୁଣ୍ଡରେ ମାରି ଦେଇଥିଲେ କିନ୍ତୁ ତକ୍ଷକ ନାମକ ନାଗ କୌଣସି ରୂପେ ସେଠୁ ବଞ୍ଚି ଯାଇଥିଲେ | ତାପରେ ସେ ପ୍ରତିଶୋଧ ନେବା ପାଇଁ ରାଜା ପରୀକ୍ଷିତଙ୍କୁ ମୃ-ତ୍ୟୁ ଦ୍ଵାରା ଦେଖାଇଥିଲେ | ସେବେଠାରୁ କୁଣ୍ଡ ଉପରେ ତକ୍ଷକ ନାଗଙ୍କର ଚିତ୍ର ଅଙ୍କା ଯାଇଛି |

ଗୁମ୍ଫାର ଶେଷ ରାସ୍ତାରେ କିଛି ଅଦ୍ଭୁତ ଚିତ୍ର ମଧ୍ୟ ଅଛି କୁହନ୍ତି ମହାଭାରତ କାଳରେ ଏଠି ପାଣ୍ଡବମାନେ ତପସ୍ୟା କରିଥିଲେ କିଛିଦିନ ପରେ ଆଦିଶଙ୍କରଚାର୍ଯ୍ୟ ଏହି ଗୁମ୍ଫାକୁ ଖୋଜି ବାହାର କରିଥିଲେ | ଗୁମ୍ଫାର ସାମ୍ନା ପଟରେ ଆଉ ଏକ ଗୁମ୍ଫା ମଧ୍ୟ ଅଛି ଯାହା ମନସ୍କାମନା କୁଣ୍ଡ ରୂପେ ନାମିତ ହୋଇଛି | ଲୋକକଥା ଅନୁସାରେ ଯଦି ଏହି କୁଣ୍ଡରେ କୌଣସି ଧାତୁ ପକାଇ ଭଗଵାନଙ୍କୁ ଡାକିଲେ ତାହା ଅବଶ୍ୟ ପୁରାଣ ହୋଇଥାଏ | ବାସ୍ତବରେ ଏହି ଗୁମ୍ଫା ଅନେକ ପୁରାଣ କଟକୁ ଜାବୁଡ଼ି ରଖିଛି, ଏହି ଗୁମ୍ଫାର ରହସ୍ୟ ଆମ ଭବିଷ୍ୟତକୁ ମଧ୍ୟ ଲୁଚାଇ ରଖିଛି |

Related Articles

Leave a Reply

Your email address will not be published. Required fields are marked *

Back to top button