IBN ଓଡ଼ିଶା ବ୍ୟୁରୋ

ଏହି ପତ୍ରର ରସ ପିଅନ୍ତୁ, ଭୟଙ୍କରରୁ ଭୟଙ୍କର ପୁରୁଣା କାଶ ଭଲ ହେବ ,ବାସ କରନ୍ତୁ ଏହି ଛୋଟିଆ ଉପାୟ

ନମସ୍କାର ବନ୍ଧୁଗଣ ବିଭିନ୍ନ ପ୍ରକାର କାରଣ ଯୋଗୁଁ ଆପଣଙ୍କୁ କାଶ ବା କଫ ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ। କାଶ ଭଳି ସମସ୍ୟା ଥରେ ଯଦି ଆପଣଙ୍କ ଶରୀରରେ ଉତ୍ପନ ହୁଏ ତେବେ ଆପଣଙ୍କୁ କାଶୀ କାଶୀ ବୋହୁତ ଅଧିକ କଷ୍ଟ ଅନୁଭୂତ ହୋଇଥାଏ ଏବଂ ଆପଣ ବିଭିନ୍ନ ପ୍ରକାର ଔଷଧର ସେବନ ପରେ ବି କାଶ ଭଳି ସମସ୍ୟା ହୋଇନଥାଏ। ଆଜି ଆସନ୍ତୁ ଏପରି ଦୁଇଟି ଘରୋଇ ଉପଚାର ବିଷୟରେ ଜାଣିବା ଯାହାକୁ ପ୍ରୟୋଗ କରି ଆପଣଙ୍କ କାଶ ଭଳି ସମସ୍ୟାକୁ ସାଙ୍ଗେ ସାଙ୍ଗେ ଦୂର କରିପାରିବେ ଏବଂ କାଶ ଭଳି ସମସ୍ୟାରୁ ଅପାଣଙ୍କୁ ତୁରନ୍ତ ଆରାମ ମିଳିବ। ତେବେ ଆସନ୍ତୁ ଜାଣିବା କାଶ ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଦୁଇଟି ଘରୋଇ ଉପଚାର।

ପ୍ରଥମ ଉପଚାର-ପ୍ରଥମ ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଏକ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଇଛି ପିମ୍ପଳି। ପିମ୍ପଳିକୁ ଆପଣ କିଣି ଆଣନ୍ତୁ ଏବଂ ତାହାକୁ ଗ୍ରାଇଣ୍ଡୀଇଂ କରି ଏହାର ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ। ଏହାପରେ ଆପଣ ଗ୍ୟାସ୍ ରେ ଏକ ପାତ୍ର ବସାନ୍ତୁ ଏବଂ ସେଥିରେ ଅଳ୍ପ ଗାଈ ଘିଅ ପକାନ୍ତୁ ଏବଂ ଏଥରେ ପିମ୍ପଳି ଗୁଣ୍ଡ ପକାଇ ଦିଅନ୍ତୁ ଏବଂ ତାହାକୁ ହାଲୁକା ଭାଜି ନିଅନ୍ତୁ। ଏହା ବନାଇବା ବୋହୁତ ସହଜ ଅଟେ ଏବଂ ଏହା ଆପଣଙ୍କ କାଶ ଭଳି ସମସ୍ୟାକୁ ଦୂର କରିବା ପାଇଁ ବୋହୁତ ଅଧିକ ଚମତ୍କାରି ହୋଇଥାଏ। ଶେଷରେ ଆପଣଙ୍କୁ ଦରକାର ପଡ଼ିବ ସୈନ୍ଦବ୍ୟ ଲୁଣ। ଏହି ସୈନ୍ଦବ୍ୟ ଲୁଣକୁ ଆପଣଙ୍କୁ ଏହି ପିମ୍ପଳି ଗୁଣ୍ଡରେ ପକାନ୍ତୁ ଏବଂ ଏହି ୩ଟି ଜିନିଷକୁ ଭଲ ଭାବରେ ମିଶାଇ ଦିଅନ୍ତୁ।

ଏବେ ଆପଣଙ୍କ କାଶ ଭଳି ସମସ୍ୟାକୁ ଦୂର କରିବା ପାଇଁ ଏହି ମିଶ୍ରଣକୁ ଆପଣ ୧ ଚାମଚ ଖାଇବା ପରେ ସେବନ କରନ୍ତୁ। ମାତ୍ର ୨ ରୁ ୩ ଦିନ ଏହାକୁ ଘିଅରେ ଭାଜି ସୈନ୍ଦବ୍ୟ ଲବଣ ସହିତ ସେବନ କରନ୍ତୁ ଦେଖିବେ ଆପଣଙ୍କର କୌଣସି ପ୍ରକାରର କାଶ ସମସ୍ୟା ଦୂର ହୋଇଯିବ। ଏହା ପୁରାତନ ଘରୋଇ ଉପଚାର ଅଟେ ଯାହା କାଶ ଭଳି ସମସ୍ୟାକୁ ସାଙ୍ଗେ ସାଙ୍ଗେ ଦୂର କରିବା ପାଇଁ ବୋହୁତ ଅଧିକ ଚମତ୍କାରି ହୋଇଥାଏ।

ଦ୍ୱିତୀୟ ଉପଚାର-ଦ୍ୱିତୀୟ ଉପଚାର ବନେଇବା ପାଇଁ ମଧ୍ୟ ବୋହୁତ ସହଜ ଅଟେ। ଏଥିପାଇଁ ଯେଉଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ହେଉଛି ସିଙ୍ଗଡ଼ାହର ପତ୍ର। ବନ୍ଧୁଗଣ ସିଙ୍ଗଡ଼ାହର ପତ୍ର ଅନେକଙ୍କ ବାଡ଼ିରେ ବୋହୁତ ସହଜରେ ମିଳିଯିବ। ଆପଣ ଏହି ପତ୍ରକୁ ଆଣି ଭଲ ଭାବରେ ଧୋଇ ଦିଅନ୍ତୁ। ବର୍ତ୍ତମାନ ଆପଣ ଅଳ୍ପ ପାଣି ନେଇ ଗ୍ରାଇଣ୍ଡୀଇଂ କରି ନିଅନ୍ତୁ ଏବଂ ଏହାର ରସ ବାହାର କରି ନିଅନ୍ତୁ। ସିଙ୍ଗଡ଼ାହର ପତ୍ର କେବଳ କାଶ ଭଳି ସମସ୍ୟା ଦୂର କରିନଥାଏ ବରଂ ଏହା ଆପଣଙ୍କର କଫ, ଥଣ୍ଡା ଭଳି ସମସ୍ୟା ମଧ୍ୟ ଦୂର କରିଥାଏ।

ବର୍ତ୍ତମାନ ଆପଣ ଏହି ସିଙ୍ଗଡ଼ାହର ପତ୍ରର ରସରେ ୧ ଚାମଚ ମହୁ ମିଶାନ୍ତୁ ଏବଂ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ପ୍ରତିଦିନ ଆପଣ ଏହି ରସରୁ ୧ ରୁ ୩ ଚାମଚ ବଡ଼ ଲୋକମାନଙ୍କୁ ଦିଅନ୍ତୁ। ଯଦି ଛୋଟ ପିଲାମାନଙ୍କୁ ଦେବାକୁ ଚାହୁଁଛନ୍ତି ତେବେ ୧ ଚାମଚ ଦେଇପାରିବେ। ଦେଖିବେ ସେମାନଙ୍କ କାଶ ଭଳି ସମସ୍ୟା ଦୂର ହୋଇଯିବ। ଆପଣଙ୍କ କାଶ କୌଣସି ପ୍ରକାରର ହେଉ ନା କାହିଁକି ଶୁଖିଲା କାଶ ହେଇଥାଉ କିମ୍ବା କଫ କାଶ ହେଇଥାଉ ଆପଣଙ୍କ କାଶ ଭଳି ସମସ୍ୟା ଦୂର ହୋଇଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button