IBN ଓଡ଼ିଶା ବ୍ୟୁରୋ

ମାନ ପରୀକ୍ଷାରେ ୪୯ ଔଷଧ ବ୍ୟାଚ୍‌ ବିଫଳ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସ୍ସିଓ) ପକ୍ଷରୁ ସେପ୍ଟେମ୍ବର ମାସରେ କରାଯାଇଥିବା ମାନ ପରୀକ୍ଷାରେ ୪୯ ଔଷଧର ବ୍ୟାଚ୍ ବିଫଳ ହୋଇଥିଲା। ସର୍ବଭାରତୀୟ ସ୍ତରରୁ ପ୍ରାୟ ୩୦୦୦ ଔଷଧର ନମୁନା ସଂଗ୍ରହ କରି ଏହି ପରୀକ୍ଷା କରାଯାଇଥିଲା। ଏଥିରେ ମେଟ୍ରୋନିଡାଜୋଲ୍ ଟାବଲେଟ୍, ଡୋମପେରିଡନ୍ ଟାବ୍ଲେଟ୍, ଅକ୍ସିଟୋସିନ୍ ଇଞ୍ଜେକ୍ସନ, ମେଟ୍ଫୋର୍ମିନ୍ ଟାବ୍ଲେଟ୍, କ୍ୟାଲ୍ସିୟମ୍ ୫୦୦ ଏମ୍ଜି ସହିତ ଭିଟାମିନ୍ ଡି୩ ଓ ପାନ୍-୪୦ ଭଳି ଔଷଧର କେତେକ ବ୍ୟାଚ୍ ବିଫଳ ହୋଇଛି।

ଏହି ଔଷଧଗୁଡ଼ିକୁ ହିନ୍ତୁସ୍ତାନ ଆଣ୍ଟିବାୟୋଟିକ୍ସ, ରେନ୍ବୋ ଲାଇଫ୍ ସାଇନ୍ସେସ୍, ପୁଷ୍କର ଫାର୍ମା, ପ୍ୟାରେଣ୍ଟାରେଲ୍ସ, ଲାଇଫ୍ ମ୍ୟାକ୍ସ କ୍ୟାନ୍ସର୍ ଲାବୋରେଟୋରି ଉତ୍ପାଦନ କରୁଛନ୍ତି।

କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଆଣ୍ଡ୍ ଫାର୍ମାସ୍ୟୁଟିକାଲ୍ସ ଉତ୍ପାଦନ କରୁଥିବା ପାରାସିଟାମଲ୍ ଟାବ୍ଲେଟ୍ର କିଛି ବ୍ୟାଚ୍ ମଧ୍ୟ ଗୁଣାତ୍ମକ ମାନ ପରୀକ୍ଷାରେ ବିଫଳ ହୋଇଛି। ସିଡିଏସ୍ସିଓ ନିଜ ରିପୋର୍ଟରେ ସେଲ୍କାଲ୍ ୫୦୦, ପାନ୍ ଡି, ୟୁରିମ୍ୟାକ୍ସ-ଡି ଓ ଡେକା-ଡୁରାବୋଲିନ୍ ୨୫ ଇଞ୍ଜେକ୍ସନର କେତେକ ବ୍ୟାଚ୍କୁ ନକଲି ବୋଲି କହିଛନ୍ତି। କାରଣ ବଜାରରୁ ଯେଉଁ ନମୁନା ସଂଗ୍ରହ କରାଯାଇଥିଲା, ସେଥିରେ ଲେଖାଯାଇଥିବା କମ୍ପାନି ତାହା ଉତ୍ପାଦନ କରି ନଥିବା କହିଛନ୍ତି। ବଜାରରୁ ନିମ୍ନମାନର ଔଷଧ ହଟାଇବା ଲାଗି ସିଡିଏସ୍ସିଓ ମାସିକ ମାନ ପରୀକ୍ଷା ରିପୋର୍ଟ ଜାର କରୁଛନ୍ତି। ଗତମାସରେ ୫୦ଟି ଔଷଧ ମାନ ପରୀକ୍ଷାରେ ବିଫଳ ହୋଇଥିଲା। ନିମେସୁଲାଇଡ୍, ପାରାସିଟାମଲ୍, ପାଣ୍ଟାପ୍ରାଜୋଲ୍, ସେଫକୋଡୋକ୍ସାଇମ୍, ଆମୋକ୍ସିଲିନ୍ ଓ ପଟାସିୟମ କ୍ଲାଭୁଲାନେଟ୍ ଭଳି ଟାବ୍ଲେଟ୍ର କିଛି ବ୍ୟାଚ୍ ସେଥିରେ ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button