IBN ଓଡ଼ିଶା ଏକ୍ସକ୍ଲୁସିଭ୍

କେଉଁ ଫଳ ପାଚିଲେ ତା’ର ନାମ ବଦଳି ଯାଏ ? ଏହା ସହିତ ଆହୁରି ୧୫ଟି Gk Questions & Answers

ବନ୍ଧୁଗଣ ନମସ୍କାର, ତେବେ ଆଜି ଆମେ ଓଡ଼ିଆ ର କିଛି ଢଗ ବିଷୟରେ ଆଲୋଚନା କରିବା ଯାହା ଶୁଣିବାକୁ ଏବଂ ତାହାର ଉତ୍ତର ଖୋଜିବାକୁ ଆପଣଙ୍କୁ ବହୁତ ମଜା ଆସିବ।ଏହା ସହ ଆପଣ କିଛି ନୂଆ କଥା ଶିକ୍ଷା ମଧ୍ୟ କରି ପାରିବେ। ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ।

୧. ହଲିଥାଏ କିନ୍ତୁ ଗଛ ନୁହେଁ।ଚାଲିଥାଏ କିନ୍ତୁ ଗାଡ଼ି ନୁହେଁ।ଟିକିଟିକି କରେ କିନ୍ତୁ ଘଡ଼ି ନୁହେଁ।ସେଇଟା କଣ?
ଉତ୍ତର- ଟାଇପିଂ ମେସିନ।

୨. ଜନମ ମୋର ସମୁଦ୍ର ଜଳେ। ରହିଥାଏ ମୁଁ ରୋଷେଇ ଶାଳେ?
ଉତ୍ତର- ଲୁଣ।

୩. ଜଣେ ଭାଇ ତା’ ଭଉଣୀ କୁ ଗୋଟିଏ ଫଳ ଦେଲା ଏବଂ କହିଲା ଭୋକ କରିଲେ ଖାଇବୁ।ଶୋଷ କରିଲେ ପିଇବୁ।ଶୀତ ହେଲେ ଜାଳିବୁ।ତାହା କଣ?
ଉତ୍ତର- ନଡ଼ିଆ।

 

୪. ଛପା ହୋଇ ନଥିଲେ ବି ସେ ବହି।ସେଇଟା କେଉଁ ବହି?
ଉତ୍ତର- ଫେସବୁକ।

୫. ସେଇଟା କେଉଁ ଜିନିଷ ଯାହାକୁ ବ୍ୟବହାର କରିବା ପୂର୍ବରୁ ଭାଙ୍ଗିବାକୁ ପଡ଼ିଥାଏ?
ଉତ୍ତର- ଅଣ୍ଡା।

୬. ଏମିତି ବାଘ ସେ ଛାଡେନି ଘର- ଖାଏନି ମଣିଷ ପିଏ ସେ କ୍ଷୀର।ମା ନଦେଖିଲେ ମାଉସୀ ଦେଖଲୋ।କୁକୁର କୁ ତା’ର ପ୍ରବଳ ଡର?
ଉତ୍ତର- ବିଲେଇ।

୭. ଗାତରେ କରଇ ଘର, ମୁହଁରେ ତା’ର ନିଶ।ଯାହାଘରେ ପଶେ, କରେ ତା’ର ସର୍ବନାଶ?
ଉତ୍ତର- ମୂଷା।

୮. ବର୍ଷା ଆସିଲେ ଉପରକୁ ଉଠେ।ବର୍ଷା ଛାଡ଼ିଲେ ତଳକୁ ଖସେ।ତାହା କଣ?
ଉତ୍ତର- ଛତା।

୯. ବାବାଜୀ ନୁହେଁ ତା ବଢ଼ିଛି ଦାଢ଼ି। ପାଦତଳ ଯାଏ ଆସିଛି ମାଡ଼ି।ପିଲାଏ ଖେଳନ୍ତି ଦାଢ଼ି ରେ ଦୋଳି।ପକ୍ଷୀଏ ଖାଆନ୍ତି ତାହାରି କୋଳି?
ଉତ୍ତର- ବରଗଛ।

୧୦. କେଉଁ ଗଛ ରେ କାଠ ନଥାଏ?
ଉତ୍ତର- କଦଳୀ ଗଛ।

୧୧. ତାହା କଣ ଯାହାକୁ ଭାଙ୍ଗିଲା ପରେ ଲୋକମାନେ ଖୁସି ହୋଇଥାନ୍ତି?
ଉତ୍ତର- ରେକର୍ଡ।

୧୨. ଭିକାରୀ ନୁହେଁ କିନ୍ତୁ ପଇସା ମାଗିଥାଇ।ଝିଅ ନୁହେଁ କିନ୍ତୁ ପର୍ସ ଧରିଥାଏ।ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜାଇ ଥାଏ।ସେ କିଏ?
ଉତ୍ତର- ବସ୍ କଣ୍ଡକ୍ଟର।

୧୩. ତୁ ଯେତେ ହଳୁଛୁ ହଲା।ମୁଁ ତଳେ ନ ପଡ଼ିଲେ ଗଲା?
ଉତ୍ତର- ଦୋଳି।

୧୪. କେତେବେଳେ ପିଏ କଳା ପାଣି ମୁହିଁ।କେତେବେଳେ ପିଏ ନାଲି।ପେଟ ଖାଲି ହେଲେ ମୁହଁ ଶୁଖିଯାଏ।ଆଉ ନ ପାରଇ ଚାଲି?
ଉତ୍ତର- କଲମ।

୧୫. ଯାହା କେବଳ ବଢ଼ିଥାଏ।କମି ନଥାଏ?
ଉତ୍ତର- ବୟସ।

୧୬. କେଉଁ ଫଳ ପାଚିଗଲା ପରେ ତା’ର ନାମ ବଦଳି ଯାଏ?
ଉତ୍ତର- ପଇଡ଼/ନଡ଼ିଆ।

Related Articles

Leave a Reply

Your email address will not be published. Required fields are marked *

Back to top button