IBN ଓଡ଼ିଶା ବ୍ୟୁରୋ

ଅତ୍ୟଧିକ ମୋଟାପଣ ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ୪ଟି ଉପାୟ

ଅଧିକାଂଶ ଲୋକମାନେ ନିଜର ଅତ୍ୟଧିକ ମୋଟାପଣ ପାଇଁ ଚିନ୍ତିତ ରହିଥାନ୍ତି । ଖରାପ ଖାଦ୍ୟ-ପାନୀୟ ପାଇଁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ବିଶେଷକରି ପେଟରେ ଅତ୍ୟଧିକ ଚର୍ବି ହେବା ଯୋଗୁ ଅସୁନ୍ଦର ଦେଖାଯିବା ସହ କୌଣସି କାର୍ଯ୍ୟ କରିବାକୁ ମଧ୍ୟ କଷ୍ଟ ଲାଗିଥାଏ । ଏନେଇ ଲୋକମାନେ ଡାଏଟ୍ କରିବା ସହ ଏକ୍ସରସାଇଜ୍ ମଧ୍ୟ କରିଥାନ୍ତି । ବେଳେବେଳେ ଜିମ୍ ଯାଇ ୱାର୍କଆଉଟ୍ କରିବା ପରେ ମଧ୍ୟ କୌଣସି ରେଜଲ୍ଟ ମିଳିନଥାଏ । ଏନେଇ ଆଜି ଆମେ ଆପଣଙ୍କୁ କିଛି ଖାସ୍ ଉପାୟ ବତାଇବୁ, ଯାହାକୁ ଆପଣେଇବା ଦ୍ୱାରା ଆପଣ ସହଜରେ ମୋଟାପଣ କମ କରିପାରିବେ ।

Weight loss: Drink just two cups a day of this tea to burn belly fat - what  is it? | Express.co.uk

-କ୍ଷୀର ଚା’ ଅପେକ୍ଷା ଗ୍ରୀନ୍ ଟି ଶରୀର ପାଇଁ ଲାଭକାରୀ ବୋଲି କୁହାଯାଇଥାଏ । ଏହି କାରଣରୁ ପ୍ରତିଦିନ ସକାଳୁ ଖାଲି ପେଟରେ ଗ୍ରୀନ୍ ଟି ପିଇବା ଦ୍ୱାରା ଫିଟ୍ ରହିପାରିବେ । ଏହା ପାଟିକୁ କସା ଲାଗିଥିଲେ ମଧ୍ୟ ଓଜନ କମ କରିବାରେ ଲାଭକାରୀ ହୋଇଥାଏ ।

-ଓଜନ କମ କରିବାରେ ଉତ୍ତମ  ହେଉଛି ଲେମ୍ବୁ ପାଣି । ଏହି କାରଣରୁ ଆପଣ ସକାଳୁ ଉଠି ଏକ ଗ୍ଲାସ ହାଲୁକା ଉଷୁମ ପାଣିରେ ଅଳ୍ପ ଲେମ୍ବୁ ରସ ଏବଂ ଅଳ୍ପ କଳା ଲୁଣ ପକାଇ ସେବନ କରନ୍ତୁ । ନିୟମିତ ଏହି ଉପାୟ ଆପଣେଇବା ଦ୍ୱାରା ବହୁତ ଜଲଦି ଓଜନ କମ ହୋଇଥାଏ ।

-ସେହିଭଳି ଜୁଆଣୀ ଏଭଳି ଏକ ମସଲା ଯାହା ପ୍ରାୟତଃ ରୋଷେଇ ଘରେ ବ୍ୟବହାର କରାଯାଇଥାଏ । ଏହାକୁ ଖାଇବା ଦ୍ୱାରା ମେଟାବଲିଜମ୍ ରେଟ୍ ବୃଦ୍ଧି ପାଇଥାଏ, ଯାହା ଓଜନ କମ ହେବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣ ରାତିରେ ଏକ ଗ୍ଲାସ ପାଣିରେ କିଛି ଜୁଆଣୀ ପକାଇ ରାତି ସାରା ଭିଜାଇ ରଖନ୍ତୁ । ପରଦିନ ସକାଳୁ ଉଠି ସେହି ପାଣିକୁ ଛାଣି ସେବନ କରନ୍ତୁ ।Weight loss: Burn belly fat and hundreds of calories by drinking green tea  daily | Express.co.uk

-ଏସବୁ ବ୍ୟତୀତ ପ୍ରାୟତଃ ଲୋକମାନେ ଭୋଜନ କରିବା ପରେ ପାନମଧୁରୀ ଖାଇଥାନ୍ତି । କାରଣ ଏହା ମାଉଥ୍ ଫ୍ରେଶନର୍ ଭାବେ କାମ କରିଥାଏ । ଏହି ପାନମଧୁରୀ ମଧ୍ୟ ଓଜନ କମ କରିବାରେ ସାହଯ୍ୟ କରିଥାଏ । ଏଥିପାଇଁ ଆପଣ ଏକ ଗ୍ଲାସ ପାଣିରେ ଏକ ଚାମଚ ପାନମଧୁରୀ ପକାଇ ରାତିସାରା ଭିଜାଇ ରଖନ୍ତୁ । ପରଦିନ ସକାଳୁ ଏହି ପାଣିକୁ ଛାଣି ସେବନ କରନ୍ତୁ । ଏପରି କରିବା ଦ୍ୱାରା ଓଜନ କମ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button