ଅପରାଧ

ଚକୋଲେଟ୍ ଦେବା ବାହାନାରେ ନାବାଳକ ନାବାଳିକା ସହ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…. – Ibnodisha

[ad_1]

ଲକ୍ଷ୍ନୌ: ପୁଣି ନାବାଳିକାକୁ ଦୁଷ୍କର୍ମ । ଚକୋଲେଟ ଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଲିଗଡ଼ ଅଞ୍ଚଳରେ । ଅଭିଯୁକ୍ତ ଜଣକ ଜଣେ ନାବାଳକ ହୋଇଥିବା ଜଣାପଡ଼ିଛି । ଏନେଇ ପୀଡ଼ିତଙ୍କ ପରିବାର ପକ୍ଷରୁ ଅତରୋଲି ପୋଲିସ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ତେବେ ପୋଲିସ ଉକ୍ତ ନାବାଳକୁ ଗିରଫ କରିଛି । ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ଆଲିଗଡ ଅଞ୍ଚଳରେ ଦୁଇ ବର୍ଷର ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ଅଭିଯୁକ୍ତ ମଧ୍ୟ ଜଣେ ନାବାଳକ ହୋଇଥିବା ପୋଲିସ କହିଛି ।

ପୀଡ଼ିତା ଜଣକ ଘରେ ଖେଳୁଥିବା ସମୟରେ ନାବାଳକ ଜଣକ ଚକୋଲେଟ ଦେବା ବାହାନାରେ ନିଜ ଘରକୁ ନେଇ ଦୁଷ୍କର୍ମ କରିଥିଲା । ପରିବାର ଲୋକେ ଏହା ଜାଣିବା ପରେ ଅତରୋଲି ପୋଲିସ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ନାବାଳକକୁ ଗିରଫ କରିଛି । ନାବାଳକର ବୟସ ୧୫ ବର୍ଷ ହେବ ବୋଲି ଜଣାପଡ଼ିଛି । ଅନ୍ୟପଟେ ପୋଲିସ ନାବାଳିକାର ଡାକ୍ତରୀ ମାଇନା କରିଛି । ନାବାଳକ ଜଣକ ଅଭିଯୋଗକାରୀଙ୍କ ଦୂର ସମ୍ପର୍କୀୟ ଅଟନ୍ତି । ଉଭୟଙ୍କ ଘର ପଖାପାଖି ଅଟେ । ପୀଡ଼ିତାଙ୍କ ପିତା ଅଭିଯୁକ୍ତଙ୍କ ଘରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି ବୋଲି ସୂଚନା ମିଳିଛି । ତେବେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଏହି ଦୁଷ୍କର୍ମ ମାମଲାରେ ଜଣେ ୧୫ ବର୍ଷର ନାବାଳକକୁ ଗିରଫ କରାଯାଇ ତଦନ୍ତ ଜାରି ରିହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button