ଅପରାଧ

ଭାଇ ସାଜିଲା ହତ୍ୟାକାରୀ – Ibnodisha

[ad_1]

ବ୍ରହ୍ମପୁର: ଭାଇ ସାଜିଲା ହତ୍ୟାକାରୀ । ଜମି ବିବାଦ ପାଇଁ ଭାଇକୁ ହତ୍ୟା କଲା ଭାଇ । ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଗଲା ଜୀବନ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଧିନସ୍ଥ ସୋରଳ ପଞ୍ଚାୟତର କଇଠା ଗାଁରେ । ତେବେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ୫୫ ବର୍ଷୀୟ ଭୀମ ବେହେରା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, କଇଠା ଓଡିଆରପି କଲୋନୀର ସୁରେନ୍ଦ୍ର ବେହେରା ପରିବାର ସହିତ ମୃତ ଭୀମ ବେହେରା ପରିବାର ମଧ୍ୟରେ କିଛି ବର୍ଷ ଧରି କିଆବାଡ଼ ଜମିକୁ ନେଇ ବିବାଦ ଲାଗି ରହିଥିଲା l ଏନେଇ ଗ୍ରାମରେ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ସମାଧାନ ପାଇଁ ଅନେକ ଥର ବୈଠକ କରାଯାଇଥିଲେ ମଧ୍ୟ ସମାଧାନ ହୋଇପାରି ନଥିଲା l ତେବେ ଏନେଇ ଗତକାଲି(ରବିବାର) ଅପରାହ୍ନ ସମୟରେ ଭୀମ ବଡ଼ ଭାଇ ସୁରେନ୍ଦ୍ରଙ୍କ ଘରେ ପହଞ୍ଚି କିଆବାଡ଼ ଜମିକୁ ନେଇ ଗାଳିଗୁଲଜ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବଡଭାଇ ସୁରେନ୍ଦ୍ର ଓ ତାଙ୍କ ପୁଅ ମୋହନ ଘରେ ଥିବା ଟାଙ୍ଗିଆ ଓ କିଆ ଗଢ କାଟିବା କାତି ଧରି ଭୀମର ମୁଣ୍ଡକୁ ଆକ୍ରମଣ କରିଥିଲେ l

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button