ରାଜ୍ୟ

ଓଡ଼ିଶାକୁ ଉନ୍ନତି ପଥରେ ଆଗେଇ ନେବି : ସଂତୃପ୍ତ ମିଶ୍ର – Ibnodisha

[ad_1]

ଭୁବନେଶ୍ୱର: “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି ଭାବେ ଓଡିଶାକୁ ଆଗକୁ ନେଇଛନ୍ତି, ବିଜୁ ଜନତା ଦଳକୁ ଯେଉଁଭଳି ଭାବେ ମୌଳିକତାର ଆଧାରରେ ୨୫ ବର୍ଷ ଧରି ପରିଚାଳନା କରିଛନ୍ତି । ସେଥିରୁ ମୁଁ ପ୍ରେରଣା ପାଇଛି । ମୁଁ ବିଜୁ ଜନତା ଦଳରେ ଯୋଗ ଦେଇ ତାଙ୍କର ହାତମୁଠାକୁ ଟାଣ କରିବି । ଓଡ଼ିଶାକୁ ଉନ୍ନତି ପଥରେ ଆଗେଇ ନେବି ।” ବିଜେଡିରେ ଯୋଗଦେବା ପରେ ସନ୍ତୃପ୍ତ ମିଶ୍ର ଏହା କହିଛନ୍ତି । ଆଜି ନବୀନ ନିବାସ ଯାଇ ସନ୍ତୃପ୍ତ ମିଶ୍ର ବିଜେଡିରେ ସାମିଲ ହୋଇଛନ୍ତି । ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ବିଭାଗରେ ନିର୍ଦ୍ଦେଶକ ଥିଲେ ସନ୍ତୃପ୍ତ ମିଶ୍ର । ଡିସେମ୍ବରରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ଆଜି ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ଏନେଇ ସନ୍ତୃପ୍ତ କହିଛନ୍ତି, “ମୋର ଜନ୍ମସ୍ଥାନ ଓଡିଶାକୁ ଫେରି ସେବା କରିବା ପାଇଁ ବଡ ସୁଯୋଗ ମିଳିଛି । ପ୍ରଗତିଶୀଳ ରାଜନୈତିକ ଦଳ ବିଜେଡି ପକ୍ଷରୁ ସେବା କରିବାର ସୁଯୋଗ ମିଳିଛି । ମୁଁ ଓଡିଶାରେ ଜନ୍ମ ହୋଇଥିଲେ ମଧ୍ୟ ଓଡ଼ିଶା ବାହାରେ ରହି ଚାକିରି କରୁଥିଲି । କିନ୍ତୁ ମୋର ଇଚ୍ଛା ଥିଲା ମୁଁ ଓଡିଶା ଆସି ଓଡିଶାବାସୀଙ୍କର କିଛି ସେବା କରିବି । ତେବେ ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ସନ୍ତୃପ୍ତ ମିଶ୍ରଙ୍କ ବିଜେଡି ମୁହାଁ ହେବା ଯୋଗୁଁ ତାଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button