ନିଜ ରୋଷେଇ ଘରେ ଏହି ସବୁ ଜିନିଷ ରଖିବା ଅନୁଚିତ, ନଚେତ ମା’ ଲକ୍ଷ୍ମୀଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ

ଘରକୁ ସୁଖଶାନ୍ତିରେ ସବୁବେଳେ ରଖିବା ପାଇଁ ଅନେକ କିଛି ରହିଥାଏ । ଯେଉଁ ନିୟମର ପାଳନ କରି ଚାଲିଲେ । ଘରେ ଉନ୍ନତି ହେବା ସହ ଘରକୁ ସୁଖ, ଶାନ୍ତି ଓ ସମୃଦ୍ଧି ସବୁବେଳେ ଆସିଥାଏ । ଘରେ ଥିବା ରୋଷେଇ ଘରର ଘରର ସବୁଠାରୁ ମହତ୍ଵପୂର୍ଣ୍ଣ ସ୍ଥାନ ବୋଲି କୁହାଯାଇଥାଏ । ତେବେ ସେହି ରୋଷେଇ ଘର ସହ ଜଡିତ କିଛି ନିୟମ ଆଜି ଆମେ ଆପଣଙ୍କୁ ଏଠାରେ କହିବାକୁ ଯାଉଛୁ । ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ରହିବ ।
1- ବନ୍ଧୁଗଣ ପଶ୍ଚିମ ଦିଗକୁ ମୁହଁ କରି ରୋଷେଇ କରିବା ଅନୁଚିତ । ଉତ୍ତର ଦିଗକୁ ମୁହଁ କରି ମଧ୍ୟ ରୋଷେଇ କରିବା ଅନୁଚିତ । ନଚେତ ଏହା ଦ୍ଵାରା ସ୍ଵାସ୍ଥ ସମ୍ବଦ୍ଧିତ ସମସ୍ଯା ଆସିଥାଏ । ଏଥିସହ ସେହି ଘରେ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ହୋଇଯାଇଥାଏ । ଦକ୍ଷିଣ ଓ ପଶ୍ଚିମ ଦିଗକୁ ମୁଖ କରି ଭୋଜନ କରନ୍ତୁ ନାହିଁ । ଏପରି କରିବା ଦ୍ଵାରା ଘରର ସବୁ ସୁଖ, ଶାନ୍ତି ଭଙ୍ଗ ହୋଇଯାଇଥାଏ । ତେଣୁ ଏହି ସବୁ କଥା ଉପରେ ବିଶେଷ ଧ୍ୟାନ ରଖିବାକୁ ପଡିଥାଏ । ପୂର୍ବ ଦିଗକୁ ମୁହଁ କରି ରୋଷେଇ କରିବା ଶୁଭ ଅଟେ ।
2- ରୋଷେଇ ଘରର ହେଉ ଅବା ଘରର ଅନ୍ୟ କୌଣସି ସ୍ଥାନର ପାଣି ଟ୍ୟାପରୁ ଟପ ଟପ କରି ପାଣି ବୋହିବା ଅନୁଚିତ । ନଚେତ ସେହି ଘରର ଆର୍ଥିକ ସ୍ଥିତି ଉପରେ ଏହା ଖରାପ ପ୍ରଭାବ ପକାଇଥାଏ । ତେଣୁ ସେହି ଖରାପ ଟ୍ୟାପକୁ ଶୀଘ୍ର ବଦଳାଇ ଭଲ ଟ୍ୟାପ ଲଗାନ୍ତୁ ।
3- ରୋଷେଇ ଘରେ ଝାଡୁ ସଫା ଓ ଜୋତା, ଚପଲ ରଖନ୍ତୁ ନାହିଁ । ଏହା କରିବା ଦ୍ଵାରା ମା’ ଲକ୍ଷ୍ମୀ ସେହି ଘର ଉପରେ ରୁଷ୍ଠ ହୋଇଯାଇଥାନ୍ତି । ଯାହାର ପ୍ରଭାବ ଘର ଉପରେ ଭଲ ପଡିନଥାଏ ।
4- ରୋଷେଇ କରିବାକୁ ଯିବା ପୂର୍ବରୁ ସ୍ନାନ କାର୍ଯ୍ୟ ସାରି ଶୁଦ୍ଧ ହୋଇ ରୋଷେଇ ଘରକୁ ଜାଆନ୍ତୁ । ଯେପରି ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ତେବେ ରୋଷେଇ ସହ ଜଡିତ ଏହି କିଛି ନିୟମ ମାନି ଚଳୁଥିବା ଘରର ସଦସ୍ୟଙ୍କ ଉପରେ ମାତା ଲକ୍ଷ୍ମୀ ସର୍ବଦା ନିଜର କୃପା ବଜାୟ ରଖିଥାନ୍ତି । ସେହି ଘରର ବହୁତ ଉନ୍ନତି ଘଟିଥାଏ । ଏଥିସହ ଘର ପରିବାରରେ ସୁଖ, ଶାନ୍ତିର ମାହୋଲ ସବୁବେଳେ ରହିଥାଏ ।