ଏହା କେଉଁ ସ୍ଥାନ ? ଯେଉଁଠାରେ ମନୁଷ୍ୟ ପାଖକୁ ମୃତ୍ୟୁ ଆସିନଥାଏ ! Mystery place
ତେବେ ଜ୍ଞାନଗଞ୍ଜ ନାମକ ଏହି ଛୋଟ ସ୍ଥାନରେ ଅମର ହେବାର କିଛି କଥା ରହିଛି । ତେବେ ଏହି ଜାଗାଟି ସିଦ୍ଧପୁରୁଷ ମାନଙ୍କୁ ହିଁ ସହଜରେ ପ୍ରାପ୍ତ ହୋଇଥାଏ । ଏହି ସ୍ଥାନରେ କିନ୍ତୁ ସାଧାରଣ ଲୋକ ପହଞ୍ଚିପାରେ ନାହିଁ । ତେବେ ଜ୍ଞାନଗଞ୍ଜରେ ଯେଉଁ ସନ୍ୟାସୀ ମାନେ ବାସ କରିଥାନ୍ତି । ସେମାନଙ୍କର ମୃତ୍ୟୁ ହୋଇନଥାଏ ବୋଲି ମାନ୍ୟତା ଅଛି । ଏହି ମଠରେ ସମୟକୁ ରୋକିବା ବାଲା ମହାତ୍ମା ନିଜ ତପସ୍ୟାରେ ଲୀନ ରହିଥାନ୍ତି ।
ତେବେ ହିମାଳୟରେ ଥିବା ଏହି ଜ୍ଞାନଗଞ୍ଜ ନାମକ ସ୍ଥାନ ବିଷୟରେ ରାମାୟଣ ଓ ମହାଭାରତରେ ମଧ୍ୟ କୁହାଯାଇଅଛି । ସେଥିରେ ସେହି ସ୍ଥାନକୁ ସୀତାଶ୍ରମ ବୋଲି କୁହାଯାଇଥାଏ । ଲୋକମାନ୍ୟତା ଅନୁସାରେ ଏହି ସ୍ଥାନଟି କୌଣସି ଖାସ୍ ଧର୍ମରେ ନାହିଁ । ଯେଉଁ ମାନେ ଏହି ସ୍ଥାନରେ ରହିବା ପାଇଁ ଯୋଗ୍ୟ ହୋଇଥାନ୍ତି । ସେ ହିଁ କେବଳ ଏହି ସ୍ଥାନଟିକୁ ଖୋଜି ପାଇବାରେ ସକ୍ଷମ ହୋଇଥାନ୍ତି ।
ତେବେ ଅନଦୀ କାଳରୁ ହିଁ ହିମାଳୟର ସଂପୂର୍ଣ୍ଣ କ୍ଷେତ୍ର ଭାରତୀୟ ସନ୍ଥ ମାନଙ୍କ ପାଇଁ ତପ ହୋଇ ଆସୁଛି । ପ୍ରାଚୀନ କାଳର ଅନେକ ମୁନିରୁଷୀଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ କାଳର ଅନେକ ସନ୍ଥଯୋଗୀ ମାନେ ହିମାଳୟର ବିଭିନ୍ନ ସ୍ଥାନରେ ତପସ୍ୟା କରିଥାନ୍ତି । ହେଲେ ହିମାଳୟରେ ଥିବା ଜ୍ଞାନଗଞ୍ଜ ମଠ ବିଷୟରେ ଅନେକଙ୍କୁ ଜଣାନଥାଏ । ତେବେ ଏହି ମଠରେ ଯୋଗ ସହ ବିଜ୍ଞାନର ଶିକ୍ଷା ମଧ୍ୟ ଦିଆଯାଇଥାଏ । ତେବେ କହିବାକୁ ଗଲେ, ଉଚ୍ଚକୋଟିର ମୁନିରୁଷୀ ମାନେ ଏହି ସ୍ଥାନରେ ରହିବାର ସୌଭାଗ୍ୟ ପାଇପାରିଥାନ୍ତି ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି କିଭଳି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିହାତି ଭାବେ ଜଣାନ୍ତୁ ।