IBN ଓଡ଼ିଶା ବ୍ୟୁରୋ

ମନ୍ଦାର ଫୁଲ ଦ୍ଵାରା କେଉଁ ଦେବାଦେବୀଙ୍କୁ ପୂଜା କରିବା ଅନୁଚିତ ! କେଉଁ ଦେବାଦେବୀଙ୍କୁ ମନ୍ଦାର ଫୁଲ ଅର୍ପଣ କରିପାରିବେ

ବନ୍ଧୁଗଣ ପ୍ରତ୍ଯେକ ଦିନ ଦେବାଦେବୀଙ୍କ ଉପରେ ଆମେ ବିଭିନ୍ନ ପ୍ରକାର ଫୁଲ ଚଢାଇ ତାଙ୍କର ପୂଜା କରିଥାଉ । ହେଲେ ସବୁ ଫୁଲ ସବୁ ଦେବାଦେବୀଙ୍କ ଉପରେ ଚଢା ଯାଇନଥାଏ । ତେବେ ଆଜି ଆମେ ଜାଣିବା । ମନ୍ଦାର ଫୁଲକୁ କେଉଁ ଦେବାଦେବୀଙ୍କ ଉପରେ ଚଢାଇବା ଉଚିତ ନୁହେଁ । ମନ୍ଦାର ଫୁଲକୁ ଭଗବାନ ନାରାୟଣଙ୍କର କେଉଁ ଅବତାର ଉପରେ ମଧ୍ୟ ଚଢା ଯାଇନଥାଏ । ଅର୍ଥାତ ଭଗବାନ ବିଶନୁଙ୍କର କୌଣସି ଅବତାରକୁ ମନ୍ଦାର ଫୁଲ ଦ୍ଵାରା ପୂଜା କରାଯିବା ଉଚିତ ନୁହେଁ ।

ଭଗବାନ ନାରାୟଣଙ୍କର ପତ୍ନୀ ହେଉଛନ୍ତି ମା’ ଲକ୍ଷ୍ମୀ । ତେଣୁ ମା’ ଲକ୍ଷ୍ମୀଙ୍କ ପୂଜାରେ ବି ମନ୍ଦାର ଫୁଲ ଅର୍ପଣ କରାଯାଇନଥାଏ । ଦେବଙ୍କର ଦେବ ଭଗବାନ ମହାଦେବଙ୍କୁ ଆପଣ ମନ୍ଦାର ଫୁଲ ଅର୍ପଣ କରିପାରିବେ । ଘରେ ହେଉ ଅବା ମନ୍ଦିରରେ ପୂଜା କରିବା ସମୟରେ ପ୍ରଭୁ ଶିବଙ୍କୁ ମନ୍ଦାର ଫୁଲ ଅର୍ପଣ କରାଯାଇନଥାଏ । ହେଲେ ଏଠାରେ ଏକ କଥା ଧ୍ୟାନ ଦେବାକୁ ହେବ । ଯେ ଭଗବାନ ଶିବଙ୍କୁ ଲାଲ ରଙ୍ଗର ମନ୍ଦାର ଫୁଲ କେବେବି ଅର୍ପଣ କରିବେ ନାହିଁ ।

ଭଗବାନ ମହାଦେବଙ୍କ ଉପରେ ଆପଣ ଧଳା ରଙ୍ଗର ମନ୍ଦାର ଫୁଲ ଅର୍ଥାତ ଶ୍ଵେତ ରଙ୍ଗର ମନ୍ଦାର ଫୁଲ ଚଢାଇ ପାରିବେ । କାରଣ ଏହା ତାଙ୍କର ପ୍ରିୟ ରଙ୍ଗର ଫୁଲ ଅଟେ । ଭଗବାନ ସୂର୍ଯ୍ୟଙ୍କ ପୂଜା ଅର୍ଚନା କରିବା ସମୟରେ ମନ୍ଦାର ଫୁଲର ଅର୍ପଣ କରିବା ବହୁତ ଶୁଭ ଅଟେ । ସୂର୍ଯ୍ୟ ନାରାୟଣଙ୍କୁ ନାଲି ରଙ୍ଗର ମନ୍ଦାର ଫୁଲ ଅର୍ପଣ କରିବେ । ହେଲେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଧଳା କିମ୍ବା ମନ୍ଦାରର ଅନ୍ୟ କୌଣସି ରଙ୍ଗର ଫୁଲକୁ ଭଗବାନ ସୂର୍ଯ୍ୟଦେବତାଙ୍କୁ ଅର୍ପଣ କରିପାରିବେ ନାହିଁ ।

ଶ୍ରୀ ଗଣେଶଙ୍କ ପୂଜା ସମୟରେ ମନ୍ଦାର ଫୁଲ ଦ୍ଵାରା ପୂଜା କରିପାରିବେ । ସମସ୍ତ ରଙ୍ଗର ମନ୍ଦାର ଫୁଲ ଦ୍ଵାରା ପ୍ରଭୁ ଗଣେଶଙ୍କ ପୂଜା କରିପାରିବେ । ମା’ ସରସ୍ଵତୀ ଓ ମା’ ଗଙ୍ଗାଙ୍କ ପୂଜା କରିବା ସମୟରେ ମନ୍ଦାର ଫୁଲରେ ପୂଜା କରିବା ଉଚିତ ନୁହେଁ । ଯଦି ମନ୍ଦାର ଫୁଲରେ ଏହି ଦେବୀ ମାନଙ୍କର ପୂଜା କରିବାକୁ ଚାହୁଁଥିବେ । ନାଲି ରଙ୍ଗ ବ୍ଯତୀତ ଧଳା କିମ୍ବା ଅନ୍ୟ କୌଣସି ରଙ୍ଗର ମନ୍ଦାର ଫୁଲ ଦ୍ଵାରା ପୂଜା କରିପାରିବେ । ମା’ ଦୂର୍ଗା, କାଳୀ, ମଙ୍ଗଳା, ସାରଳା, ଚଣ୍ଡୀ, ତାରିଣୀ ଏହି ସବୁ ଦେବୀ ମାନଙ୍କର ପୂଜା କରିବା ସମୟରେ ଯେକୌଣସି ରଙ୍ଗର ମନ୍ଦାର ଫୁଲ ଅର୍ପଣ କରିପାରିବେ ।

ମନ୍ଦାର ଫୁଲରେ ମା’ ପାର୍ବତୀଙ୍କର ଯେତିକି ଅବତାର ଦେବୀ ମା’ ରୂପେ ପୂଜା ପାଉଛନ୍ତି । ସେମାନଙ୍କର ପୂଜା ମନ୍ଦାର ଦ୍ଵାରା କରିବା ବହୁତ ଶୁଭ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button