IBN ଓଡ଼ିଶା ବ୍ୟୁରୋ

ପ୍ରତିଦିନ ପୂଜାରେ କରନ୍ତୁ କେବଳ ମାତ୍ର ଗୋଟିଏ କାମ ! ନିହାତି ମନୋସ୍କାମନା ପୂରଣ ହେବ

ବନ୍ଧୁଗଣ ପ୍ରତ୍ଯେକଟି ବ୍ୟକ୍ତି ସକାଳୁ ନିଜର ନିତ୍ୟକର୍ମ ସାରିଲା ପରେ ଭଗବାନଙ୍କର ପୂଜାପାଠ କରି ନିଜ ଦିନର ଆରମ୍ଭ କରିଥାଏ । ତେବେ ଯେଉଁ ବ୍ୟକ୍ତି ପଞ୍ଚଦେବତାଙ୍କ ପୂଜାଅର୍ଚନା କରିଥାଏ । ସେହି ବ୍ୟକ୍ତିର ଜୀବନର ଅନେକ ସମସ୍ଯା ପଞ୍ଚଦେବତା ଦୂର କରିଥାନ୍ତି । ତେଣୁ ପୂଜା ସମୟରେ ପଞ୍ଚଦେବତାଙ୍କ ପୂଜାକୁ ସର୍ବଶ୍ରେଷ୍ଠ ପୂଜା ବୋଲି ମଧ୍ୟ କୁହାଯାଇଥାଏ । ତେବେ ପଞ୍ଚଦେବତାଙ୍କ ମଧ୍ୟରେ କେଉଁ ସବୁ ଦେବତା ମାନେ ପୂଜା ପାଇଥାନ୍ତି । ସେହି ବିଷୟରେ ଏଠାରେ ଆଲୋଚନା କରିବା ।

ତେବେ ପଞ୍ଚଦେବତାରେ ପ୍ରଥମେ ଭଗବାନ ଗଣେଶ ରହିଥାନ୍ତି । ତେଣୁ ପ୍ରତ୍ଯେକଟି ଶୁଭ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଥମେ ଭଗବାନ ଗଣେଶଙ୍କର ପୂଜା କରାଯାଇଥାଏ । ଯାହା ଦ୍ଵାରା କାର୍ଯ୍ୟରେ ଆସିବାକୁ ଥିବା ସମସ୍ତ ବାଧାବିଘ୍ନ ପ୍ରଭୁ ଗଣେଶ ଦୂର କରିଥାନ୍ତି । ତେବେ ପ୍ରଭୁ ଗଣେଶଙ୍କର ଲଡୁ ଅତ୍ୟନ୍ତ ପ୍ରିୟ ପ୍ରସାଦ ଅଟେ । ତେଣୁ ଗଣେଶ ପ୍ରଭୁଙ୍କୁ ପୂଜା କରିବା ବେଳେ ଲଡୁ ଭୋଗ ଲଗାନ୍ତୁ ।

2- ଦିତୀୟ ଭଗବାନ ହେଉଛନ୍ତି ପ୍ରଭୁ ନାରାୟଣ । ଭଗବାନ ନାରାୟଣଙ୍କର ତୁଳସୀ ପତ୍ର ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ଭଗବାନ ନାରାୟଣଙ୍କୁ ପୂଜା କରିବା ସମୟରେ ତାଙ୍କୁ ତୁଳସୀ ପତ୍ର ଅର୍ପଣ କରି ପୂଜା କରନ୍ତୁ । ପ୍ରସାଦରେ ବେସନର ଲଡୁ ଭୋଗ କରିପାରିବେ ।

3- ତୃତୀୟ ଭଗବାନ ହେଉଛନ୍ତି ପ୍ରଭୁ ଶିବ । ଭଗବାନ ଶିବଙ୍କର ବେଲପତ୍ର ବହୁତ ପ୍ରିୟ ହୋଇଥାଏ । ତେଣୁ ଶିବଲିଙ୍ଗ ଉପରେ ବେଲପତ୍ର ଚଢାଇବା ଦ୍ଵାରା ପ୍ରଭୁ ଭୋଳାନାଥଙ୍କର କୃପାଲାଭ କରି ହୋଇଥାଏ । 4- ପଞ୍ଚଦେବତାରେ ଚତୁର୍ଥ ହେଉଛନ୍ତି ଦେବୀ ମା’ ଅର୍ଥାତ ମା’ ଦୂର୍ଗା । ତେଣୁ ଦେବୀ ମା’ ଙ୍କର ପୂଜା ସମୟରେ ତାଙ୍କୁ କୁମକୁମ ଚଢାଇବା ସହ ପ୍ରସାଦରେ ଫଳ ଅର୍ପଣ କରନ୍ତୁ ।

5- ପଞ୍ଚଦେବତାରେ ପଞ୍ଚମ ହେଉଛନ୍ତି ଭଗବାନ ସୂର୍ଯ୍ୟନାରାୟଣ । ତେଣୁ ପ୍ରତ୍ଯେକ ବ୍ୟକ୍ତିକୁ ସୂର୍ଯ୍ୟନାରାୟଣଙ୍କ କୃପା ପ୍ରାପ୍ତ କରିବା ପାଇଁ ହେଲେ ତାଙ୍କୁ ପ୍ରତ୍ଯେକ ଦିନ ଜଳ ଅର୍ପଣ କରିବାକୁ ପଡିବ । ତେଣୁ ପ୍ରତ୍ଯେକଟି ବ୍ୟକ୍ତି ପ୍ରାତଃ ସୂର୍ଯ୍ୟଦେବଙ୍କୁ ଜଳ ସମର୍ପଣ କରିବା ସହ ପ୍ରସାଦରେ ଗୁଡ ଭୋଗ କରନ୍ତୁ । ତେବେ ପ୍ରତ୍ଯେକ ଦିନ ପୂଜା କରିବା ସମୟରେ ଉପୋରୋକ୍ତ ଏହି ପଞ୍ଚଦେବତାଙ୍କର ପୂଜା ନିହାତି ଭାବେ କରନ୍ତୁ ।

ଯାହା ଦ୍ଵାରା ଆପଣଙ୍କ ଘରେ ସୁଖ, ସମୃଦ୍ଧି ବୃଦ୍ଧି ହୋଇବା ସହ ଘରେ ଶାନ୍ତିର ବାତାବରଣ ରହିଥାଏ । ତେବେ ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିହାତି ଭାବେ ଜଣାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button